ସମିତି ସଭ୍ୟଙ୍କୁ ମାରଣାନ୍ତକ ଆକ୍ରମଣ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ବ୍ଲକ ଅଧିନସ୍ଥ ଡାୟାପଲୀ ପଞ୍ଚାୟତର ସମିତି ସଭ୍ୟ ଇ ରାଜା ରାଓଙ୍କୁ କିଛି ଯୁବକ ଆତର୍କିତ ଆକ୍ରମଣ କରିଛନ୍ତତି। ଫଳରେ ରାଜା ରାଓ ଗୁରୁତର ଆହତ ହୋଇ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଗୁରୁତର ରାଜା ରାଓ କୌଣସି କାମରେ ଦୁର୍ବନ୍ଧ ଯାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ଗାନ୍ଧୀ ମନ୍ଦିର ନିକଟରେ ଛକି ରହିଥିବା କିଛି ଯୁବକ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଯାହା ଫଳରେ ସେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଗ୍ରାମବାସିଙ୍କ ସହଯୋଗରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଖବର ପାଇ ବେଲଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଆକ୍ରମଣ କରି ଚମ୍ପଟ୍ ମାରୁଥିବା ଜଣେ ଯୁବକକୁ ଗାଁ ଲୋକ କାବୁ କରି ପୋଲିସକୁ ଦେଇଥିଲେ।

Share This Article