ପୂର୍ବତନ ବିଧାୟକ ଅମର ଶତପଥୀଙ୍କ ବଡ ବୟାନ, କହିଲେ ମୁଁ ବିଜେଡିରେ ନାହିଁ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେଡି ରେ ତୁ.. ତୁ.. ମେ.. ମେ .. ଭିତରେ ଏକ ବଡ ଖୋଲାସା ଆସିଛି। ତାହା ହେଲା ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କର ବଡ ବୟାନ ପଦାକୁ ଆସିଛି। ଆଜି ସେ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କୁ କାଉଣ୍ଟର କରିବାକୁ ଯାଇ ଖୋଲିଛନ୍ତି ବିଜେଡି ସହିତ ତାଙ୍କ ସଂପର୍କ।

ଲେନିନ କହିଥିଲେ ଯେ, ଯଦି ଅମର ଶତପଥୀଙ୍କର ବିଜେଡିରେ ରହିଲେ ଅଣନିଃସ୍ବାଶୀ ଲାଗୁଛି ତେବେ ସେ ଦଳ ଛାଡି ଦେଉ ନାହାଁନ୍ତି। ଏହାର ଉତ୍ତର ଦେଇ ଅମର କହିଛନ୍ତି ଯେ, ପ୍ରକୃତରେ ସେ ବର୍ତ୍ତମାନ ବିଜେଡିରେ ନାହାଁନ୍ତି। କାରଣ ଦଳର ବର୍ତ୍ତମାନ ସମସ୍ତେ ନୂଆ ସଦସ୍ୟ ହେଉଛନ୍ତି। ସେହି ହିସାବରେ ଦେଖିବାକୁ ଗଲେ ମୁଁ ଏ ପର୍ଯ୍ୟନ୍ତ ମୋର ଦଳର ସଦସ୍ୟତାକୁ ନବୀକରଣ କରି ନାହିଁ। ତେଣୁ ବର୍ତ୍ତମାନ ବୈଷୟିକ ଦୃଷ୍ଟିରୁ ଦେଖିଲେ ମୁଁ ବର୍ତ୍ତମାନ ବିଜେଡିରେ ନାହିଁ।

ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ହଟଚମଟ ସୃଷ୍ଟି ହେବାରେ ଲାଗିଛି।

Share This Article