ଚନ୍ଦକାକୁ ଗଲା ୩ ମାସର ହାତୀ ଛୁଆ ଜଗୁ 

Odisha Hot News
1 Min Read

କେନ୍ଦୁଝର: ସ୍ଥାନାନ୍ତର ହେଲା ୩ ମାସର ହାତୀଛୁଆ ଜଗୁ। କେନ୍ଦୁଝରରୁ ବନ ବିଭାଗର “ରକ୍ଷକ” ଯାନରେ ହାତୀ ଛୁଆକୁ ଆଜି ଚନ୍ଦକା ସ୍ଥାନାନ୍ତର କରାଯାଇଛି। ଗତ ୧ ତାରିଖରେ କେନ୍ଦୁଝର ସଦର ରେଞ୍ଜ ଜଗଦଳା ଡ୍ୟାମ ନିକଟରୁ ଉଦ୍ଧାର ହୋଇଥିଲା ଏହି ୩ ମାସର ହାତୀଛୁଆ।

ବନ ବିଭାଗର ବହୁ ପ୍ରଚେଷ୍ଟା ପରେ ମଧ୍ୟ ମା ହାତୀ ନିଜ ଛୁଆକୁ ଗ୍ରହଣ କରି ନଥିଲା। ସେବେଠାରୁ ବନ ବିଭାଗର ୧୦ ଜଣିଆ ଟିମ୍ ଦିନ ରାତି ହାତୀ ଛୁଆର ସେବାଯତ୍ନ କରୁଥିଲେ। ଆଜି ହାତୀ ଛୁଆକୁ ସ୍ଥାନାନ୍ତର କରିବା ସମୟରେ ସମସ୍ତେ ଭାବ ବିହ୍ୱଳ ହୋଇ ଉଠିଥିଲେ।

Share This Article