ଭୁବନେଶ୍ବରରେ କେବଳ ୧୦ଟି ସ୍ଥାନରେ ହେବ ରାବଣ ପୋଡି, ଜାଣନ୍ତୁ କେଉଁଠି

Odisha Hot News
0 Min Read

ଭୁବନେଶ୍ବର: ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ବରର ୧୦ଟି ସ୍ଥାନରେ ରାବଣ ପୋଡି ପାଇଁ କମିଶନରେଟ ପୋଲିସ ଅନୁମତି ପ୍ରଦାନ କରିଛି। କାରଣ ଯେଉଁ ସ୍ଥାନ ଅଭାବ ରହିଛି ସେଠାରେ ରାବଣ ପୋଡି ପାଇଁ ପୋଲିସ ଅନୁମତି ପ୍ରଦାନ କରି ନାହିଁ।

ଯେଉଁ ୧୦ଟି ପୂଜା କମିଟିକୁ ଏହି ରାବଣ ପୋଡି ପାଇଁ ଅନୁମତି ମିଳିଛି ସେଗୁଡିକ ହେଲା ନହରକଣ୍ଟା, ଝାରପଡ଼ା, ବରମୁଣ୍ଡା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା କ୍ଲବ ପଡିଆ, ସିମୁଳିପାଟଣା ଦୋଳ ଯାତ୍ରା ପଡ଼ିଆ ଓ କପିଳପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡ଼ି ଉତ୍ସବ ପାଇଁ ଅନୁମତି ମିଳିଛି।

Share This Article