ଆଜି ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: ଆଜି ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଆଜି ପୂର୍ବାହ୍ନରେ ନବୀନ କେତେକ ପୂଜା ମଣ୍ଡପ ବୁଲିବା ସହିତ ମା ଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ନବୀନ ପୂଜାମଣ୍ଡପରେ ପହଞ୍ଚିବା ପରେ ପୂଜା ସମିତ ତରଫରୁ ତାଙ୍କୁ ସ୍ବାଗତ କରାଯାଇ ମାଙ୍କ ନିକଟକୁ ପାଛୋଟି ନିଆଯାଇଥିଲା।

ପୂଜା ମଣ୍ଡପରେ ନବୀନ ପହଞ୍ଚିବା ସମୟରେ ସେଠାରେ ଥିବା ଭକ୍ତମାନେ ତାଙ୍କୁ ଦେଖି ବେଶ ଖୁସି ପ୍ରକଟ କରିଥିଲେ। ଏପରିକି କେତେକ ସ୍ଥାନରେ ତାଙ୍କ ସହିତ ସେଲଫି ନେବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ସେ ମାଙ୍କ ନିକଟରେ ପ୍ରାର୍ଥନା କରିଥିବାର ଜାଣାପଡିଛି।

Share This Article