ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା, ଜାଣନ୍ତୁ କାରଣ

Odisha Hot News
1 Min Read

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ ଆଜି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ପ୍ରକାଶ ସାଲେପୁରରୁ କଂଗ୍ରେସରୁ ବିଧାୟକ ଥିଲେ। ସେ ଗତ ନିର୍ବାଚନରେ ବିଜେଡି ସାମିଲ ହୋଇ କଟକ ବାରବାଟୀରୁ ପ୍ରାର୍ଥୀ ହୋଇଥିଲେ। ହେଲେ ନିର୍ବାଚନରେ ସେ ହାରିଯାଇଥିଲେ। ଏହା ପୂର୍ବରୁ ପ୍ରକାଶ ବିଜେପିରେ ମଧ୍ୟ ଯୋଗଦେଇଥିଲେ।

ତେବେ ସେ ଇସ୍ତଫା ଦେବାର ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋରି ଚିନ୍ତା ଧାରା ଜାତୀୟ ସ୍ତରର ଚିନ୍ତା ଧାରା ସହିତ ଖାପ ଖାଉଛି। ଅନ୍ୟପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ସେ ମୋତେ କଟକରୁ ଟିକେଟ ଦେଇଥିଲେ। ସେହିପରି କଟକ ବାରବାଟୀ ବାସିନ୍ଦାଙ୍କୁ ମଧ୍ୟ ଧନ୍ୟବାଦ ସେମାନେ ମୋତେ କମ ସମୟରେ ବହୁ ସମର୍ଥନ ଦେଇଥିଲେ। ଅନ୍ୟପଟେ ମୁଁ ଲୋକଙ୍କ ପାଖକୁ ଯିବାର ଅଛି। ମୁଁ ସାଲେପୁର ବାସିନ୍ଦାଙ୍କ ପାଇଁ କମା କରିବି। ତେବେ ଏବେ କୌଣସି ଦଳରେ ଯୋଗ ଦେବା କଥା ଚିନ୍ତା କରି ନାହିଁ ବୋଲି ସେ କହିଛନ୍ତି।

Share This Article