ଖୋର୍ଦ୍ଧାରେ ନବ ଗଠିତ ଆଣ୍ଟି ନାର୍କୋଟିକ୍ସ ସ୍କ୍ବାଡ ଟିମକୁ ବଡ ସଫଳତା: ଦୁଇ ଗିରଫ, ବ୍ରାଉନସୁଗାର ଜବତ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ସହରକୁ ନିଶା ମୁକ୍ତ ଜିଲ୍ଲା କରିବା ପାଇଁ ନୂଆ ଆରକ୍ଷୀ ଅଧିକ୍ଷକଙ୍କ ପ୍ରୟାସ ଆରମ୍ଭ ହୋଇଛି। ଏଥର ଜିଲ୍ଲାରେ ନିଶା ବେପାରୀମାନେ ସାବାଡ଼ ହେବେ। ସେମାନଙ୍କୁ ସାବାଡ଼ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ଦ୍ଵାରା ଆଣ୍ଟି ନାର୍କୋଟିକ୍ସ ସ୍କ୍ବାଡ ଗଠନ କରାଯାଇଛି। ତେବେ ସାଗରିକା ନାଥ ଜନସାଧାରଣଙ୍କୁ ଏଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି। ଏଭଳି କୌଣସି ଗତିବିଧି ଦେଖିଲେ କିମ୍ବା ସୂଚନା ମିଳିଲେ ତୁରନ୍ତ ହେଲ୍ପଲାଇନ ନମ୍ବରରେ ଜଣାଇବା ପାଇଁ ନିବେଦନ କରାଯାଇଛି। ଯାହାର ୯୪୩୮୯ ୧୬୫୧୭ ନମ୍ବରକୁ ଫୋନ କରି ନିଶା କାରବାର ଉପରେ ସୂଚନା ଦେବା ପାଇଁ ଜନସାଧାରଣଙ୍କୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଛନ୍ତି।

ତେବେ ନବ ଗଠିତ ଆଣ୍ଟି ନାର୍କୋଟିକ୍ସ ସ୍କ୍ବାଡ ଟିମକୁ ପ୍ରଥମ ସଫଳତା ମିଳିଛି। ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବରୁଣେଇ ରାସ୍ତା ଶାଗୁଆନ ଜଙ୍ଗଲରେ ବ୍ରାଉନସୁଗାର କାରବାର ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏହି ମାମଲାରେ ଦୁଇଜଣ ନିଶା ମାଫିଆଙ୍କୁ ଗିରଫ କରି ସେମାନଙ୍କ ଠାରୁ ୪୦ଗ୍ରାମ ବ୍ରାଉନସୁଗାର, ନଗଦ ୬ହଜାର ଟଙ୍କା, ମୋବାଇଲ, ବାଇକ୍ ପୋଲିସ ଜବତ କରିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।

Share This Article