ନବୀନ ପଟ୍ଟନାୟକଙ୍କ ବିଜେପି ମିଛ କହି ସରକାର କରିଥିବା ବୟାନର ଜବାବ ରଖିଲେ ଧର୍ମେନ୍ଦ୍ର

Odisha Hot News
1 Min Read

ଭୁବନେଶ୍ୱର: ରାଜନୀତିରେ ଜୟ ପରାଜୟ ଲାଗି ରହେ। ଜୟରେ ବହୁତ ଉନ୍ମାଦିତ ଏବଂ ପରାଜୟରେ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ ବୋଲି ବିଜେପି ମିଛ କହି ନିର୍ବାଚନ ଜିତିବା ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ବିଜେପି ବହୁତ ଥର ହାରିଛି। ଓଡ଼ିଶାରେ କିଛି ଲୋକ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ। କିନ୍ତୁ ଏବେ ଓଡ଼ିଆ ଲୋକଙ୍କ ଆଶୀର୍ବାଦରେ ଦଳକୁ ସେବା କରିବାର ସୁଯୋଗ ମିଳିଛି। ଲୋକମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି ତାହା ନିର୍ବାହ କରିବା ଦରକାର। ଯାହାକୁ ସେବା କରିବାର ଭୂମିକା ଦେଇଛନ୍ତି, ସେ ସେବା କରିବା ଉଚିତ୍ ଏବଂ ଯାହାକୁ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ଦାୟିତ୍ଵ ଦେଇଛନ୍ତି, ସେ ତାହାକୁ ପାଳନ କରିବା ଜରୁରୀ।

ସେହିପରି ଆଉ ଏକ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟଦା ସମ୍ପନ୍ନ କାର୍ଯ୍ୟାଳୟ। ଯେତେବେଳେ କିଛି ଲୋକଙ୍କ ମନରେ ହତାଶ ଭାବ ଆସିଯାଏ ଏବଂ ଯେଉଁମାନେ ଅଗଣତାନ୍ତ୍ରିକ ଓ ପରାଜୟକୁ ସ୍ୱୀକାର କରି ପାରୁନାହାନ୍ତି, ସେମାନେ ଏହି କଥା କହୁଛନ୍ତି। ଓଡ଼ିଆ ଲୋକଙ୍କ ନିଷ୍ପତିକୁ ମୁଣ୍ଡପାତି ସ୍ୱୀକାର କରିବା ଉଚିତ୍। ସରକାରଙ୍କ ଦୋଷ ତ୍ରୁଟିକୁ ସାମ୍ନାକୁ ଆଣିବାର ଦାୟିତ୍ୱ ଅଛି। କିନ୍ତୁ ତାଙ୍କ ହତାଶ ଭାବକୁ ରାଜଭବନ ଆଡ଼କୁ ନମୁହାଁଇଲେ ଭଲ ବୋଲି ସେ କହିଛନ୍ତି।

Share This Article