ଖୋର୍ଦ୍ଧା ଜିଲ୍ଲାରେ ନୂତନ ଏସପି ଭାବେ କାର୍ଯ୍ୟରେ ଯୋଗଦେଲେ ଆଇପିଏସ ସାଗରିକା ନାଥ

Odisha Hot News
1 Min Read

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ନୂତନ ଏସପି ଭାବେ ଆଇପିଏସ ସାଗରିକା ନାଥ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ଓଡିଶା ପୋଲିସର ଜଣେ ଦକ୍ଷ ଅଧିକାରୀଣି ତଥା ‘ଲେଡି ସିଂଘମ’ ଭାବେ ପରିଚିତ। ତେବେ ଖୋର୍ଦ୍ଧା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ସହ ବ୍ରାଉନ ସୁଗାର କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି ଗଣମାଧ୍ୟମକୁ କହିଛନ୍ତି ନୂତନ ଏସପି। ବ୍ରାଉନସୁଗାର ହବ ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାରୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଖୁବ ଶୀଘ୍ର ଆଣ୍ଟି ନାରକୋଟୀକ୍ସ ଟାକ୍ସ ଫୋର୍ସ ଗଠନ ହେବ ବୋଲି କହିଛନ୍ତି ଏସପି।

ତତସହିତ ଚଳିତ ପାର୍ବଣ ଋତୁକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜିଲ୍ଲାରେ ଛୋଟ ଛୋଟ ଶାନ୍ତି କମିଟିର ସମସ୍ତ ଥାନା ଅଞ୍ଚଳରେ ହ୍ୱାଟ୍ସଅପ ଗ୍ରୁପ ତିଆରି ହୋଇଥିବା ଏସପି କହିଛନ୍ତି। ଖୋର୍ଦ୍ଧାରେ ଟ୍ରାଫିକ ସମସ୍ୟା ଦୂର କରିବା, ଜବରଦଖଲ ମୁକ୍ତ କରିବା ଦିଗରେ ସେ କାମ କରିବେ।

ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା କରି ଜିଲ୍ଲାରେ ବିଭିନ୍ନ ଗଠନମୂଳକ କାମ ଜାରି ରହିବ ବୋଲି କହିଛନ୍ତି ନୂତନ ଏସପି। ତେବେ ସାଗରିକା ନାଥ ଜଣେ ଦକ୍ଷ ପୋଲିସ ଅଧିକାରୀଣି ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲାବାସୀ ତାଙ୍କ ଠାରୁ ବହୁତ କିଛି ଆଶା ରଖିଛନ୍ତି।

Share This Article