ଯାଜପୁରରେ କୌଣସି ଉପନିର୍ବାଚନ ହେବାର ନାହିଁ, ବିଧାୟିକା କହିଲେ ମୋର ଇସ୍ତଫା ଦେବାର ନାହିଁ

Odisha Hot News
1 Min Read

ଭୁବନେଶ୍ବର: ଯାଜପୁର ବିଧାନସଭାର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେବେ ଆଉ ସେଠାରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ଛିଡା ହେବେ। ଏହାକୁ ନେଇ ଓଡିଶା ରାଜନୀତି ପଡୁଛି ଉଠୁଛି। ହେଲେ ଏହାକୁ ଖଣ୍ଡନ କରିଛି ବିଜେଡି ଏବଂ ଖୋଦ ବିଧାୟିକା ସୁଜାତା ସାହୁ।

କେତେକ ଗଣମାଧ୍ୟମରେ ପ୍ରସାର କରାଯାଇଥିଲା ଯେ, ବବି ଦାସ ସୁଜାତା ସାହୁଙ୍କୁ ଯାଜପୁରର ବିଧାୟକରୁ ଇସ୍ତଫା କରାଇ ସେଠାରେ ଉପନିର୍ବାଚନ କରାଇବେ। ଆଉ ସେହି ସ୍ଥାନରେ ନିଜେ ବବି ଛିଡା ହୋଇ ପୁଣି ବିଧାନସଭାକୁ ଆସିବେ ବୋଲି ଏକ ବଡ ପ୍ଲାନ କରିଛନ୍ତି। ଏଥିରେ ଗତକାଲି ବବି ନିଜେ ଯାଜପୁରରୁ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିବା ପରେ ଏହି ଆଶଙ୍କା ଦୃଢିଭୂତ ହୋଇପଡିଥିଲା।

ହେଲେ ଆଜି ବିଜେଡି ତଥା ଖୋଦ ବିଧାୟିକା ସୁଜାତା ସାହୁଙ୍କ ବୟାନ ଆସିବା ପରେ ତାହା ଭୁଲ ବୋଲି ପ୍ରମାଣିତ ହୋଇଛି। ଯାଜପୁର ବିଜେଡି ସଭାପତି ସରୋଜ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯାଜପୁରରେ କୌଣସି ଉପନିର୍ବାଚନ ହେବ ନାହିଁ। ସେହିପରି ଖୋଦ ବିଧାୟିକା ସୁଜାତା ସାହୁ ମଧ୍ୟ ସେ ଇସ୍ତଫା ଦେବାର ନାହିଁ ବୋଲି କହିଛନ୍ତି। ସେ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କୁ ଦଳ ତରଫରୁ ସେମିତି କୌଣସି ନିର୍ଦ୍ଦେଶ ଆସି ନାହିଁ।

ଅନ୍ୟପଟେ ବିଜେଡିର ବରିଷ୍ଠ ନେତା ଗଣେଶ୍ବର ବେହେରା ମଧ୍ୟ ଏହା ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ବବି ହେଉଛନ୍ତି ଜଣେ ଲଢୁଆ ନେତା। ସେ ଯାଜପୁରବାସୀଙ୍କ ପାଇଁ ଲଢେଇ କରିବେ। ହେଲେ ସେ କହି ନାହାଁନ୍ତି ଯେ, ନିର୍ବାଚନ ଲଢେଇ କରିବେ। ତେଣୁ ତାଙ୍କ ଭାଷଣକୁ ବିଭିନ୍ନ ସ୍ତରରେ କଦର୍ଥ କରାଯାଉଛି ବୋଲି ଗଣେଶ୍ବର କହିଛନ୍ତି।

Share This Article