କାର୍ଯ୍ୟରେ ଯୋଗଦେଲେ ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ ବିବେକ ଏମ୍ ଓ ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବହୁ ଦିନର ପ୍ରତୀକ୍ଷା ପରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଖାଲିଥିବା ଏସ୍ ପି ପଦବୀ ପୂରଣ ହୋଇଛି। ପୁର୍ବରୁ କାର୍ଯ୍ୟରତ ଥିବା ଡ଼ଃ ଶ୍ରବଣ ବିବେକ ଏମ୍ ଯୋଗ ଦେଇଥିବା ବେଳେ ପୁର୍ବତନ ବ୍ରହ୍ମପୁର ଏସପି ଡ଼ଃ ସାର୍ଥକ ଷଡ଼ଙ୍ଗୀ ନିୟମିତ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଯୋଗଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଯାହା ଫଳରେ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି।

କାର୍ଯ୍ୟରେ ଯୋଗ ଦେବାପରେ ଡି ଆଇ ଜି ଡଃ ଷଡ଼ଙ୍ଗୀ ଦକ୍ଷିଣାଞ୍ଚଳ ରେ ଚାଲିଥିବା ମାଓବାଦୀଙ୍କ ଆତଙ୍କ ଓ ଅସାମାଜିକଙ୍କ ପ୍ରାଦୁର୍ଭାବକୁ ଦୃଢ଼ ହସ୍ତରେ ଦମନ କରିବାକୁ ଉଚିତ ପଦକ୍ଷେପ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Share This Article