ରାୟଗଡ଼ାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ରାୟଗଡ଼ା : ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ହେତୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମା ମାଗି ଭାଷଣ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ରାୟଗଡ଼ାରେ ୧୨୫୦କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରି ଆପଣମାନେ ଖୁସି ତ ବୋଲି କହିଥିଲେ। ସମାବେଶରେ ସେ ୧୫୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ସାଇକେଲ୍‌, ୧୧୮୯ ଜଣଙ୍କୁ ମଧୁବାବୁ ପେନ୍‌ସନ୍‌, ୧୨୯୭ ଜଣଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରିଥିଲେ। । ରାୟଗଡ଼ା ଜିଲ୍ଲାର ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସିଡମନି ସହାୟତା ପାଇଥିବା ୬୭୨୯ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୨ କୋଟି ୨୦ ଲକ୍ଷ ଟଙ୍କା ଡିଜିଟାଲ୍‌ ସଶକ୍ତିକରଣ ନିମନ୍ତେ ପାଇଥିବା ୬୭୩୫ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୨କୋଟି ୭୫ ଲକ୍ଷ ଟଙ୍କା ସହାୟତା ପାଇଥିବା ୧୧ଟି ବ୍ଳକ୍‌ସ୍ତରୀୟ ମହାସଂଘର ସଦସ୍ୟାମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ୫୩୨ କୋଟି ୫୮ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବା ୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ୨୦୪ କୋଟି ୮୪ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

Share This Article
Leave a Comment