କବି ସୁରେଶ କୁମାର ପ୍ରଧାନ ଦିଲ୍ଲୀରେ ସମ୍ବର୍ଦ୍ଧିତ

Odisha Hot News
1 Min Read

କୁଜଙ୍ଗ: ଶନିବାର ଦିନ ନୂଆ ଦିଲ୍ଲୀସ୍ଥିତ କଣ୍ଟିଚ୍ୟୁସନ୍ କ୍ଳବ୍ ଅଫ୍ ଇଣ୍ଡିଆ ପରିସରରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର କବି ସୁରେଶ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ ଭବ୍ୟ ଉତ୍ସବରେ ଦିଲ୍ଲୀ ସରକାର ତଥା ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ସହ ଅନୁବନ୍ଧିତ ଥିବା ୱେଲ ଏଜୁକେଶନାଲ ଆଣ୍ଡ ପିସ୍ କାଉନସିଲ୍ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ସେମିନାରରେ ଅଂଶ ଗ୍ରହଣ ପୂର୍ବକ କୁଜଙ୍ଗ ବ୍ଲକ୍ ଗଣ୍ଡକିପୁର ଗ୍ରାମର କବି ସୁରେଶ କୁମାର ପ୍ରଧାନଙ୍କୁ ସାହିତ୍ୟ ସାଧନା ତଥା ସମାଜ ସେବା କ୍ଷେତ୍ରରେ ନିରନ୍ତର ପ୍ରୟାସ ନିମନ୍ତେ ଡକ୍ଟରେଟ ଉପାଧିରେ ଅଭିଭୂଷିତ ହେବା ସହିତ ନୀତି ଆୟୋଗ ଦ୍ଵାରା ପଞ୍ଜୀକୃତ ମାନବିକ ଅଧିକାର କର୍ମୀ ହିସାବରେ ମାନ୍ୟତା ପ୍ରାପ୍ତ କରିଛନ୍ତି।

ଉକ୍ତ ସେମିନାରରେ କେନ୍ଦ୍ର ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ହର୍ଷ ମାଲହୋତ୍ରା, ଲୋକସଭା ସଦସ୍ୟ ମନୋଜ ତିୱାରୀ, ଏମପି ପ୍ରବୀଣ ଖଣ୍ଡେଲୱାଲ୍,ଦିଲ୍ଲୀ ବିଧାନସଭା ସଦସ୍ୟ ମହେନ୍ଦ୍ର ନାଗପାଲ, ସ୍କିଲ୍ ଇଣ୍ଡିଆ ଫାଉଣ୍ଡର ବିଷ୍ଣୁ ପ୍ରସାଦ ବରାଳ,ଭାରତୀୟ ଜନତା ପାର୍ଟିର ତାମିଲନାଡୁ ରାଜ୍ୟ ସଭାପତି ଆର୍ ମୋହନ ସ୍ବାମୀ, ଦିଲ୍ଲୀ ପ୍ରଦେଶ ଉପସଭାପତି ଗୀତା ସିଂହ, ରାଜ୍ୟସଭା ସଦସ୍ୟ ବ୍ରହ୍ମଦେବ ଆନନ୍ଦ ପାଶ୍ଵାନ ପ୍ରମୁଖ ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଉତ୍ସବ ମୁଖର କରିଥିଲେ। କବି ପ୍ରଧାନଙ୍କ ସଫଳତା ପାଇଁ କୁଜଙ୍ଗ ଅଞ୍ଚଳର ସମସ୍ତ ସାହିତ୍ୟିକ ବନ୍ଧୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share This Article