ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସୋଆ ପରିଦର୍ଶନ

Odisha Hot News
1 Min Read

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତୀ ସୁବାଷ ଚନ୍ଦ୍ର ପରିଜା ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଆମନ୍ତ୍ରିତ ହୋଇ ନ୍ୟାୟମୂର୍ତୀ ପରିଜା ବିଶ୍ୱବିଦ୍ୟାଳୟକୁ ଆସି ସଭାପତିଙ୍କ ସହ ଆଲୋଚନା କରିଥିଲେ।

ପ୍ରଫେସର (ଡକ୍ଟର) ନାୟକ ପୂର୍ବତନ ବିଚାରପତିଙ୍କୁ ସ୍ୱାଗତ କରିବା ସହ ସୋଆ ପରିଚାଳିତ ଆଇନ ମହାବିଦ୍ୟାଳୟ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଲ (ସ୍ନିଲ୍‌) ବିଷୟରେ ଆଲୋଚନା କରିଥିଲେ । ପ୍ରଫେସର (ଡକ୍ଟର) ନାୟକ ସ୍ନିଲ୍‌ର ପାଠ୍ୟକ୍ରମ, ଶୈକ୍ଷିକ ବ୍ୟବସ୍ଥା ଓ ଭିତିଭୂମୀ ବିଷୟରେ ତାଙ୍କୁ ଅବଗତ କରିଥିଲେ।

ଏହି ଅବସରରେ ସ୍ନିଲ୍‌ର ଶିକ୍ଷା ବ୍ୟବସ୍ଥା ଓ ଗୁଣବତାକୁ କିଭଳି ଅଧିକ ଉନ୍ନତ କରାଯାଇପାରିବ ଓ ଏହି ଶିକ୍ଷାନୁଷ୍ଠାନ ବିଶ୍ୱସ୍ତରରେ ନିଜକୁ ପ୍ରତିପାଦିତ କରିପାରିବ ସେ ବିଷୟରେ ନ୍ୟାୟମୂର୍ତୀ ପରିଜା ଦିଗଦର୍ଶନ ଦେଇଥିଲେ।

ଗତବର୍ଷ ନ୍ୟାୟମୂର୍ତ୍ତି ପରିଜା ସ୍ନିଲ୍ ପରିଦର୍ଶନରେ ଆସି ଏହାର ମୁଟକୋର୍ଟ କମ୍ପେ୍ଲକ୍ସକୁ ଉଦ୍‌ଘାଟନ କରିଥିଲେ।

ସ୍ନିଲ୍ ୨୦୨୪ରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମୱର୍କ (ଏନଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ଦେଶରେ ୯ମ ସ୍ଥାନ ଅଧିକାର କରିଥିଲା।

Share This Article