ଆସନ୍ତାକାଲି ରଥଯାତ୍ରା, ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଏବେ ପ୍ରଭୃଙ୍କୁ ଅପେକ୍ଷା

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ପୁରୀ ବଡ ଦାଣ୍ଡରେ ରଥ ଉପରେ ବିଜେ କରିବେ ପ୍ରଭୃ ଜଗନ୍ନାଥ, ମା ସୁଭଦ୍ରା ଏବଂ ବଡ ଭାବେ ବଳଭଦ୍ର। ଏହି ଉପଲକ୍ଷେ ଆଜି ସିଂହଦ୍ବାର ସମ୍ମଖରେ ଲାଗିଛି ତିନି ରଥ। ରଥ ନିର୍ମାଣ ଶେଷ ହେବା ପରେ ପ୍ରଥମେ ପ୍ରଭୃଙ୍କ ନିକଟରୁ ଆଜ୍ଞାମାଳ ଆସିଥିଲା। ଏହାପରେ ରୀତିନୀତି ଅନୁସାରେ ପୂଜାପାଠ କରାଯାଇ ରଥକୁ ସିଂହଦ୍ବାର ସମ୍ମୁଖକୁ ଅଣାଯାଇଥିଲା।

ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଭକ୍ତମାନ ହରିବୋଲ ହୁଳହୁଳି ପକାଇ ଟାଣିଟାଣି ଆଣିଥିଲେ। ଏଥିସହିତ ସହିତ ସେଠାରେ ଥିବା ପୋଲିସ ତଥା ସୁରକ୍ଷା କର୍ମିଗଣ ରଥ ସିଂହଦ୍ବାରକୁ ଆଣିବାରେ ସାହାଯ୍ୟ କରିଥିଲେ। ଆସନ୍ତାକାଲି ରବିବାର ସକାଳେ ତିନି ଠାକୁର ପହଣ୍ଡି ବିଜେ ହୋଇ ରଥାରୁଢ ହେବେ।

Share This Article