ଭୁବନେଶ୍ବର ବିଜେଡି ରାଜନୀତି ସରଗରମ, ଚାରି ଜଣଙ୍କୁ କାରଣଦର୍ଶାଅ ନୋଟିସ ଜାରି କଲା ଦଳ

Odisha Hot News
1 Min Read

ଭୁବନେଶ୍ବର: ଧିରେ ଧିରେ ଭୁବନେଶ୍ବର ବିଜେଡି ରାଜନୀତି ବିବାଦୀୟ ହେବାରେ ଲାଗିଛି। ମୁଖ୍ୟତଃ ଭୁବନେଶ୍ବର ବିଜେଡି କରର୍ପୋରେଟରଙ୍କ ମଧ୍ୟରେ ଯେପରି ଛକାପଞ୍ଚା ଲାଗି ରହିଛି ତାହା ପଦାକୁ ବାହାରି ସାରିଲାଣି। ଏପରି କଳି ଦେଖି ଆଜି ବିଜେଡି ଚାରିଜଣ ନେତାଙ୍କ ବିରୋଧରେ କାରଣଦର୍ଶା ନୋଟିସ ଜାରୀ କରିଛି। ୧୫ ଦିନ ମଧ୍ୟରେ କଣ ପାଇଁ ବିଶୃଙ୍ଖଳିତ କାମ କରୁଛ ତାହାର ସ୍ପଷ୍ଟି କରଣ ଦେବା ପାଇଁ କୁହାଯାଇଛି।

ଯେଉଁ ଚାରିଜଣଙ୍କୁ ବିଜେଡି ଏହି ନୋଟିସ ଜାରୀ କରିଛି ସେମାନଙ୍କ ମଧ୍ୟରୁ ଦୁଇ ଜଣ କରର୍ପୋରେଟର ଏବଂ ଆଉ ଦୁଇଜଣ ଦଳୀୟ ନେତା। ଦୁଇ କରର୍ପୋରେଟର ହେଲେ ଅମେରଶ ଜେନା ଏବଂ ବିରଞ୍ଚି ମହାସୁପକାର। ସେହିପରି ଦୁଇ ନେତା ହେଲେ ଏକାମ୍ର ଭୁବନେଶ୍ବରର ଯୁବ ଜନତା ଦଳ ସଭାପତି ରାଜେଶ ପାତ୍ର ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ବିବେକ ସ୍ବାଇଁ।

ଏହି ନୋଟିସ ଜାରୀ କରିଛନ୍ତି ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଆପଣ ଦଳ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବାର ଦଳର ସଭାପତିଙ୍କ ଦୃଷ୍ଟିକୁ ଆସିଛି। ଆପଣଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନ ହେବ ୧୫ ଦିନ ମଧ୍ୟରେ ଏହାର ସ୍ପଷ୍ଟିକରଣ ରଖ ବୋଲି କୁହାଯାଇଛି। ସମସ୍ତଙ୍କୁ ଅଲଗା ଅଲଗା ନୋଟିସ ଜାରୀ କରାଯାଇଛି।

Share This Article