ଘୋଷଣା ହେଲା ଦାଦା ସାହେବ ଫାଲକେ ପୁରସ୍କାର, ପ୍ରଖ୍ୟାତ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମନୋନିତ

Odisha Hot News
1 Min Read

ନୂଆଦିଲ୍ଲୀ: ବଲିଉଡର କିମ୍ବଦନ୍ତୀ ପୁରୁଷ ମିଥୁନ ଚକ୍ରବର୍ତ୍ତୀ ୨୦୨୪ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ସାମାଜିକ ଗଣମାଧ୍ୟମର ଏହି ଖବର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ, ମିଥୁନ ଦା ଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା ବର୍ତ୍ତମାନର ଯୁବ ପିଢୀଙ୍କୁ ପ୍ରେରଣା ଯୋଗାଇ ଆସୁଛି।

ଦାଦାସାହେବ ଫାଲକେ ଚୟନ ଜୁରି ଭାରତୀୟ ସିନେମାରେ ତାଙ୍କର ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଜୀଙ୍କୁ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ଉତ୍ସବ ଅକ୍ଟୋବର ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଖବର ପ୍ରକାଶ ପାଇବା ପରେ ମିଥୁନ ଚକ୍ରବର୍ତ୍ତିଙ୍କ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି।

Share This Article