ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ନିଷ୍ପତି

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ଚାରିଦିନ ଧରି ଚାଲିଥିବା ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ନର୍ସିଂ ସଂଘ ଏହି ନିଷ୍ପତି ଗ୍ରହଣ କରିଛି। ଏ ନେଇ ନର୍ସିଂ କର୍ମଚାରୀ ସଂଘର ସାଧାରଣ ସଂପାଦକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ନର୍ସି ସଂଘ ତରଫରୁ କୁହାଯାଇଛି ଯେ, ଆମେ ସରକାରଙ୍କ ସହିତ ସିଧା ଆଲୋଚନା କରିବାକୁ ଚାହୁଁଥିଲୁ। ତାହା ବର୍ତ୍ତମାନ ପୁରଣ ହୋଇଛି। ଏଥିସହିତ ସରକାର ଆମର ସମସ୍ତ ଦାବୀକୁ ପୁରଣ କରିବେ ବୋଲି କହିଛନ୍ତି। ସେସବୁକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପ୍ରତ୍ୟାହୃତ ହେଲା ବୋଲି ସଂଘ କହିଛି।

Share This Article