ଜଳେଶ୍ବରରେ ଓଲଟିଲା ବସ, ୪ ଯାତ୍ରୀ ମୃତ, ୧୬ ଜଣ ଗୁରୁତର

Odisha Hot News
0 Min Read

ବାଲେଶ୍ବର: ଉତ୍ତରପ୍ରଦେଶରୁ ପୁରୀ ଆସୁଥିବା କ୍ରିଷ୍ଣା ନାମକ ଏକ ଯାତ୍ରୀବାହୀ ବସ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୫୭ ଯାତ୍ରୀ ଥିଲାବେଳେ ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୧୬ ଜଣଙ୍କ ଅବସ୍ଥା ଗୁରୁତ୍ତର ହୋଇଛି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥର ମହମ୍ମଦନଗରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ରାଜପଥରୁ କୋଡିଏ ଫୁଟ ତଳକୁ ଓଲଟି ପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି ।

Share This Article