ଆୟୁଷ ଛାତ୍ର ସଂଘର କଳା ଦିବସ ପାଳନ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ନଡ୍ଡାଙ୍କୁ ଦେଲେ ଦାବୀ ପତ୍ର

Odisha Hot News
1 Min Read

ପୁରୀ: ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବୀ ନେଇ ପାଳନ କରୁଛନ୍ତି କଳା ଦିବସ। ଏତିରେ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ସୁବ୍ରତ କୁମାର ସାମଲ ଓ ଉପସଭାପତି ଶ୍ରୀ ଅଜିତ କୁମାର ଦଲେଇ ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସମ୍ବୋଧିତ କରିଥିଲେ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଡା.ଦୟାନିଧି ବେହେରା ସଭାର ସଭାପତିତ୍ବ କରିଥିଲେ।

ପୂର୍ବବର୍ଷ ପୋଲିସ୍ ଅତ୍ୟାଚାରରେ ଶିକାର ହୋଇ ପୋଲିସ ଅଧୀନରେ ଅଟକ ରହିଥିବା ଦୁଇ ଡାକ୍ତରୀ ଛାତ୍ର ଡା. ଶକ୍ତିଶ୍ଵର ସାହୁ ଓ ଶ୍ରୀ ସୋମୌଜିତ ପାତ୍ର ଉପସ୍ଥିତ ରହି ଆୟୁଷ ପ୍ରତି ହେଉଥିବା ଅବିଚାର ନେଇ ଛାତ୍ର ଛାତ୍ରୀ ମାନଙ୍କୁ ନିର୍ଭୟରେ ସ୍ଵର ଉତ୍ତୋଳନ କରିବାକୁ ବାର୍ତ୍ତା ଦେଇଥିଲେ। ସେହି ଅଗଣତାନ୍ତ୍ରିକ ଅତ୍ୟାଚାରର ଏକ ବର୍ଷ ପୃତି ଉପଲକ୍ଷେ ପ୍ରତିବାଦ ସ୍ଵରୂପ ଆଜି ୨୪ ଘଣ୍ଟିଆ କଳା ଦିବସ ପାଳୁଛୁ।

ସରକାର ର 100 ଦିନ ପୁର୍ତ୍ତୀ ପାଳନରେ ସରକାର ସଫଳ କିନ୍ତୁ ଆୟୁଷ ସମସ୍ୟା ସମାଧାନରେ ବିଫଳ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ଏଥିସହିତ ନୂଆ ସରକାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବାକୁ ସେମାନେ ଅନୁରୋଧ କରିଛନ୍ତି। ନହେଲେ ଆଗାମୀ ଦିନରେ ହେବାକୁ ଥିବା ନୁଆ ଆଡ଼ମିସନକୁ ବିରୋଧ କରାଯିବ ବୋଲି ସଂଘ ଧମକ ଦେଇଛି । ଏ ସମ୍ପର୍କରେ ଆଜି ସଂଘ ର ସଭାପତି ଡା. ଶୁଭେନ୍ଦୁ କୁମାର ସାହୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ଼ା ଙ୍କୁ ଭେଟି ଦାବିପତ୍ର ଦେବା ସହ ଆଲୋଚନା କରିଛନ୍ତି।

Share This Article