ଭୁବନେଶ୍ବର: ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ ହେଉଛି ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ । ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି । ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏହାସହ ପ୍ରବାଦ ପୁରୁଷଙ୍କ ଦେଶ ଏବଂ ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗପୂର୍ଣ୍ଣ ଜୀବନୀ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଦୀର୍ଘ ଦିନ ଧରି ଦଳ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ କାର୍ଯ୍ୟ ଜାରି ରହିଛି । ଜଣେ ବି ବ୍ୟକ୍ତି ଯେପରି ରକ୍ତ ଅଭାବରୁ ସ୍ୱାସ୍ଥ୍ୟଗତ ସମସ୍ୟାରେ ନପଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ବିଜେଡି ସଭାପତି ସବୁ କର୍ମୀ, ନେତା ଓ ଶୁଭେଚ୍ଛୁଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସଫଳତାର ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଭଳି ଏକ କଠିନ ସମୟରେ ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଦେଶସେବା ଓ ଉତ୍ସର୍ଗୀକୃତ ମନୋଭାବକୁ ସବୁଦିନ ମନେ ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ କୌଣସି ପରିସ୍ଥିତିରେ ପଦାକୁ ନବାହାରି ଘର ଭିତରେ ରହି ଶ୍ରଦ୍ଧାଞ୍ଜଳି ଦେବାକୁ କୁହାଯାଇଛି ।
ଆଜି ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ, ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ହେଉଛି ପାଳନ
- Advertisement -
Stay Connected
Comment
- 1win_xfpt on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- mostbet_poea on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- 1xbet app_xqon on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- zakazat kyhnu_gjMn on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- zakazat kyhnu_esMn on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?