ଓଏଏସ ଅଫିସର ସ୍ତରରେ ଚାଲିଛି ବଡ ଧରଣର ଅଦଳ ବଦଳ, ଆଜି ପୁଣି ୧୩ ଜଣଙ୍କର ବଦଳି

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିବାରେ ଲାଗିଛନ୍ତି। ଗତକାଲି ସରକାର ୩୬ ଜଣ ଓଏଏସ ଅଧିକାରୀଙ୍କର ଅଦଳବଦଳ କରିଥିଲେ। ଆଜି ସେହିପରି ୧୩ ଜଣଙ୍କର ଅଦଳବଦଳ କରିଛନ୍ତି।

ସେଥିମଧ୍ୟରେ ଚାରି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ସେମାନେ ହେଲେ  ପ୍ରିୟବ୍ରତ ପାଢୀ, ପ୍ରଫୁଲ ସ୍ବାଇଁ ଏବଂ ବବିତାରାଣୀ ଦଳବେହେରା ଏବଂ ରଶ୍ମୀରଂଜନ ସାହୁ।

ସେହିପରି ରଶ୍ମିରେଖା ପ୍ରଧାନଙ୍କୁ ବିଏମସି ଡେପୁଟି କମିଶନର ଭାବେ ନିଯୁକ୍ତି ମିଳିଥିବା ବେଳେ ତ୍ରିଲୋଚନ ପାତ୍ରଙ୍କୁ ଅବକାରୀ ବିଭାଗର ଯୁଗ୍ନ ସଚିବ ଭାବେ ନିଯୁକ୍ତି ମିଳିଛି। ତେବେ ଖୁବ ଶିଘ୍ର ବିଡିଓ ସ୍ତରରେ ମଧ୍ୟ ବଡ ଧରଣର ଅଦଳବଦଳ ହେବ ବୋଲି ଜଣାପଡିଛି।

Share This Article