ଶୋଇଥିବା ସମୟରେ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

Odisha Hot News
1 Min Read

ରେଢାଖୋଲ (କନ୍ଦର୍ପ ବେହେରା): ରାତିରେ ଶୋଇ ଥିବା ସମୟରେ କିସିଣ୍ଡା ଥାନା ଲୋଇସିଂହ ଗ୍ରାମରେ ଜୈନିକ ବୃଦ୍ଧଙ୍କୁ କେହି ଜଣେ ହତ୍ୟା କରି ଫେରାର ହୋଇଥିବା ଜଣାପଡିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଲୋଇସିଂ ଗ୍ରାମର ମୁଣ୍ଡାସାହିର ଲବ ମୁଣ୍ଡା (୬୨) ମଙ୍ଗଳବାର ବିଳମ୍ବିତ ରାତିରେ ସବୁଦିନ ପରି ଖିଆପିଆ ସାରି ଶୋଇ ଥିଲେ। ଶୋଇଥିବା ସମୟରେ କେହି ଦୃର୍ବୁତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ।

ବୁଧବାର ସକାଳୁ ପୋଲିସ ଖବର ପାଇ ଲୋଇସିଂହ ଗ୍ରାମକୁ ଯାଇ ରକ୍ତଜୁଡୁବୁଡୁ ଅବସ୍ଥାରେ ମୃତକ ଲବ ମୁଣ୍ଡା ତଳେ ପଡିରହିଥିଲା। ଲବଙ୍କ ପତ୍ନୀ ଗତ କିଛି ବର୍ଷ ହେବ କେଉଁଆଡେ ଚାଲି ଯାଇଥିବାବେଳେ ଲବ ଘରେ ଏକୁଟିଆ ରହୁଥିଲେ। ବାହାରେ କାମକରି ସେ ଚଳୁଥିଲେ।

ତେବେ ଲବ ମୁଣ୍ଡାଙ୍କ ଜ୍ୱାଇଁ ଗତ କିଛି ଦିନ ହେଲା ଶ୍ବଶୁର ଘରକୁ ଆସି ଶ୍ବଶୁର ସହିତ ମଝିରେ ମଝିରେ ଝଗଡା କରୁଥିଲେ। ବୃଦ୍ଧକୁ ଜ୍ୱାଇଁ ହତ୍ୟା କରି ଥାଇ ପରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ପୋଲିସ ଅଧିକ ତଦନ୍ତ ପାଇଁ ଜଣକୁ ଅଟକ ରଖିଥିବା ବେଳେ ମୃତକଙ୍କ ଜ୍ୱାଇଁ ଫେରାର ଥିବା ଜଣା ପଡିଛି।

ଖବର ପାଇ କିସିଣ୍ଡା ପୁଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Share This Article