ଅଜଣା ଗାଡି ଧକ୍କାରେ ଭାଲୁ ମୃତ

Odisha Hot News
1 Min Read

ରେଢ଼ାଖୋଲ (ସୀତାରାମ ଅଗ୍ରୱାଲ): ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବିନ୍ଧପୁର -ଅଙ୍ଗାବିରା ରାସ୍ତାରୁ ବୁଧବାର ସକାଳୁ ଏକ ଭାଲୁର ମୃତଦେହ ଉଦ୍ଧାର କରିଛି ବନବିଭାଗ।

ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ,ରାଞ୍ଚି -ବିଜୟୱାଡ଼ା ଜାତୀୟ ରାଜପଥ ନାକଟିଦେଉଳ ଅଙ୍ଗାବିରା ରାସ୍ତାର ବିନ୍ଧପୁର ପୋଲ ନିକଟ ଗେଣ୍ଠଣି ଠାରେ ଭାଲୁ ଟି ରାସ୍ତା ପାରି ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡି ଭାଲୁଟିକୁ ଧକ୍କା ଦେଇଥିଲା। ଆଜି ସକାଳୁ ଏହି ରାସ୍ତାରେ ଯାଉଥିବା କିଛି ଲୋକ ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ବାଟଗାଁ ଫରେଷ୍ଟର ଦିଲ୍ଲୀପ କୁମାର ବେହେରା ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଭାଲୁର ମୃତ ଦେହ ଜବତ କରିଥିବା ଜଣାପଡିଛି। ତେବେ ବ୍ୟବଚ୍ଛେଦ ପରେ ଭାଲୁର ମୃତ ଦେହକୁ ପୋତି ଦିଆ ଯାଇଛି ବୋଲି ବନ ବିଭାଗ କହିଛି।

Share This Article