ଠିକାଦାରଠାରୁ ଲାଞ୍ଚ ନେଲା ବେଳେ ଧରାପଡିଲେ ସହ କାର୍ଯ୍ୟନିର୍ବାହୀ ଇଂଜିନିୟର, ଗଲେ ହାଜତ

Odisha Hot News
1 Min Read

ଭୁବନେଶ୍ବର: ଆଜି ତାଙ୍କର ଭାଗ୍ୟ ସାଥ ଦେଲା ନାହିଁ। ପୂର୍ବରୁ କଣ ଲାଞ୍ଚ ନେଉଥିଲେ କି ନାହିଁ ଜଣା ନାହିଁ। ହେଲେ ଆ଼ଜି ଲାଞ୍ଚ ନେଲାବେଳେ ତାଙ୍କୁ ମାଡିବସିଲା ଭିଜିଲାନ୍ସ। ସେ ହେଉଛନ୍ତି ଭଦ୍ରକ ବାସୁଦେବପୁର ଡିଭିଜନର ସହ କାର୍ଯ୍ୟନିର୍ବାହୀ ଇଂଜିନିୟର ଶ୍ରୀକାନ୍ତ କୁମାର ମାହୁନ୍ତ। ସେ ଜଣେ ଠିକାଦାରଙ୍କଠାରୁ ପିଏମଜିଏସୱାଇ ରୋଡ ବିଲ କରାଇଦେବା ପାଇଁ 20 ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଅଧିକାରୀ ରଂଗ ବୋଳା ଟଙ୍କା ଠିକାଦାରଙ୍କୁ ଦେବା ପରେ ବାହାରେ ଛକି ରହିଥିଲେ। ଇଂଜିନିୟର ଜଣଙ୍କ ଟଙ୍କା ଧରି ପକେଟରେ ପୁରାଇବା ବେଳେ ଭିଜିଲାନ୍ସ ମାଡି ବସିଥିଲା। ଏହାପରେ ତାଙ୍କୁ ହାଜତକୁ ପଠାଇ ଦିଆଯାଇଛି।

Share This Article