ବିଜେଡିର ନିଷ୍ପତି, ସଂଜୟ ଦାସବର୍ମା ଏବଂ ଉମା ସାମନ୍ତରାୟଙ୍କ ମଧ୍ୟରେ ପୁଣି ଅଦଳବଦଳ

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ସଂଗଠନକୁ ସୁଦୃଢ କରିବା ପାଇଁ ଏବେ ନୂଆ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। ଗତ ନିର୍ବାଚନରେ ବ୍ରହ୍ମଗିରି ଏବଂ ସତ୍ୟବାଦୀ ନିର୍ବାଚନ ମଣ୍ଡଳି ମଧ୍ୟରେ ପ୍ରାର୍ଥୀ ଅଦଳବଦଳ କରାଯାଇଥିଲା। ସେଥିର ସତ୍ୟବାଦୀ ନିର୍ବାଚନ ମଣ୍ଡଳିର ନେତା ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରି ଏବଂ ସେଠାକାର ନେତା ସଂଜୟ ଦାସବର୍ମାଙ୍କୁ ସତ୍ୟବାଦୀ ପାଇଁ ଟିକେଟ ଦିଆଯାଇଥିଲା।

ଉଭୟ ନିର୍ବାଚନରେ ପରାଜିତ ହେବା ପରେ ବର୍ତ୍ତମାନ ବିଜେଡି ତାହାର ପୂର୍ବ ସ୍ଥିତିକୁ ଫେରିଯାଇଛି। ଅର୍ଥାତ ପୂର୍ବପରି ବ୍ରହ୍ମଗିରିର ସଂଗଠନକୁ ସଂଜୟ ଦାସବର୍ମା ଏବଂ ସତ୍ୟବାଦୀର ସଂଗଠନକୁ ଉମାକାନ୍ତ ସାମନ୍ତରାୟ ସମ୍ଭାଳିବେ। ଏ ନେଇ କିଛିଦିନ ତଳେ ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକ ଉପସ୍ଥିତିରେ ବୁଝାମଣା କରାଯାଇଛି।

Share This Article