ସଡ଼କ ଦୁର୍ଘଟଣାରେ ଦୁଇ ମୃତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ରାସ୍ତା କଡ଼ରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଛିଡ଼ା ହୋଇଥିବା ବେଳେ ପରିବା ବୋଝେଇ ମ୍ୟାକ୍ସ୍ ପିକ୍ ଅପ୍ ଗାଡ଼ି ପଛପଟୁ ଧକ୍କା ଦେଇଥିଲା। ଯାହାଫଳରେ ଗାଡ଼ିରେ ବସିଥିବା ସୁମନ୍ ଗନ୍ତାୟତ ଓ ଅଜିତ ବାଡତ୍ୟାଙ୍କର ମୃତ୍ୟୁ ଘଟିଥିବା ବେଳେ ସୁର୍ଯ୍ୟ ନାରାୟଣ ଗୌଡ଼ ନାମକ ଯୁବକ ଗୁରୁତର ଆହତ ହୋଇ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି।

ମୃତ ଓ ଆହତ ମାନେ ଧରାକୋଟ ଥାନ ଅନ୍ତର୍ଗତ ସିନ୍ଦୁରିଆ ପଲ୍ଲୀ ଗ୍ରାମରୁ ପନିପରିବା ଧରି ବ୍ରହ୍ମପୁର ଆସୁଥିଲେ ଓ ଏହି ଭଳି ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି।

ଅନ୍ୟ ପକ୍ଷରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଟ୍ରକ୍ ଡ୍ରାଇଭର ରାଜେନ୍ଦ୍ର ଭୁୟାଁ କୁ ପୋଲିସ ତାଙ୍କ ଘର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖାଜି ପଲ୍ଲୀ ଗ୍ରାମରୁ ଉଠାଇ ଆଣି ଏକ ମାମଲା ନଂ ୭୭୮/୨୪ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share This Article