ଆକାଶ ମାର୍ଗରୁ ବାଲେଶ୍ବର ବନ୍ୟାଞ୍ଚଳ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକାଶ ମାର୍ଗରୁ ବାଲେଶ୍ବର ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି। ସେ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ବାଲେଶ୍ବର ବନ୍ୟା ପ୍ରପିଡିତ ଅଞ୍ଚଳ ଆକାଶ ମାର୍ଗରୁ ଦେଖିଥିଲେ। ଏହାପରେ ସେ ବାଲେଶ୍ବରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ।

ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, ବାଲେଶ୍ବରର ଜିଲ୍ଲାର ତିନିଟି ବ୍ଲକ ଏବଂ 35 ପଞ୍ଚାୟତ ବହୁ ପରିମାଣରେ କ୍ଷତିଗସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ଦୁଇ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। କେତେ ଅଞ୍ଚଳ ବାହ୍ୟ ଜଗତରୁ ମଧ୍ୟ ବିଛିନ୍ନ ହୋଇଯାଇଛି। ସେଥିପାଇଁ ଆଠଟି ଅଗ୍ନଶମ, ତିନିଟି ଓଡ୍ରାଫ ଏବଂ ଗୋଟିଏ ଏନଡିଆରଫ ଟିମକୁ ମୁତୟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି।

Share This Article