ଲିଫ୍ଟି ଛିଣ୍ଡିବାରୁ ବଡ ଅଘଟଣ: ଚେନ୍ନାଇରେ କାର୍ଯ୍ୟରତ ଓଡ଼ିଆ ରାଜ ମିସ୍ତ୍ରୀଙ୍କ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଚିକିଟି ଥାନା ଅନ୍ତର୍ଗତ ସୋରଳ ଡୁଙ୍ଗାସାହି ବାସିନ୍ଦା ସୁରେନ୍ଦ୍ର ବେହେରାଙ୍କ ବଡପୁଅ ରାମଚନ୍ଦ୍ର ବେହେରା ପରିବାର ପ୍ରତିପୋଷଣ ପାଇଁ ଚେନ୍ନାଇରେ ଦୀର୍ଘବର୍ଷ ହେଲା ଦାଦନ ଖଟିଆସୁଥିଲେ ଓ ତେନ୍ନାପେଟ୍ଟା ଥାନା ଅନ୍ତର୍ଗତ ଟି-ନଗରର ମାମଵଲାମ ସ୍ଥାନରେ ଠିକାଦାର ମାଧ୍ୟମରେ ଏକ ଫ୍ଲାଟରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା। ଆଜି ଭୋରୁ ୫ଟା ବେଳେ ବାଲିଗୋଡି ଉଠାଯାଉଥିବା ଲିଫ୍ଟିର ଯାନ୍ତ୍ରିକତ୍ରୁଟି ଯୋଗୁଁ ଛିଣ୍ଡିପଡିବା ଫଳରେ ସେଥିରେ ଜିନିଷ ଉଠାଉଥିବା ରାଜମିସ୍ତ୍ରୀ ରାମଚନ୍ଦ୍ର ବେହେରା ୫ମ ମହଲାରୁ ପଡ଼ି ଗୁରୁତର ଆହତ ହୋଇଥିଲେ। ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ରଙ୍କୁ ଡାକ୍ତରଖାନାକୁ ନେଇଥିଲେ ଓ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁଘୋଷଣା କରିଥିଲେ।

ପ୍ରକାଶଥାଉକି ସ୍ବର୍ଗତ ରାମଚନ୍ଦ୍ର ଦୁଇ ଛୁଆ ଓ ସ୍ତ୍ରୀ ସହ ଚେନ୍ନାଇରେ ରହି ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଥିଲେ। ବର୍ତ୍ତମାନ ପରିବାରର ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଓ ଏହି ଭଳି ଦୁଃଖଦ ପରିସ୍ଥିତିରେ ସରକାରୀ ସହାନୁଭୂତି ପାଇଁ ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ସରକାରଙ୍କ ନିକଟରେ ଦାବି ହୋଇଛି।

Share This Article