ବବି ଦାସଙ୍କ ଚର୍ଚ୍ଚିତ କ୍ବାଟରରେ ରହିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଜି କରିଲେ ପୂଜା

Odisha Hot News
1 Min Read

ଭୁବନେଶ୍ବର: ଏକଦା ବିଜେଡି ସରକାରରେ ଦବଦବା ରହିଥିବା ପ୍ରଣବ ପ୍ରକାଶ ଦାସଙ୍କ ଚର୍ଚ୍ଚିତ କ୍ବାଟରରେ ରହିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଜିଏ ବିଭାଗ ତାଙ୍କୁ ରାଜଭବନ ନିକଟରେ ଥିବା ଏହି କ୍ବାଟରଟିରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି। ଫଳରେ ସେହି କ୍ବାଟରରେ ଜିଏ ବିଭାଗ ରଂଗଦେବା ସହିତ ନୂଆ କାମ କରିବା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ହସ୍ତାନ୍ତର କରିଛନ୍ତି।

ଆଜି କନକ ବର୍ଦ୍ଧନ ସିଂହଦେଓ ସେହି କ୍ବାଟରରେ ପୂଜା କରିବା ସହିତ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରିଥିଲେ। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ନେତ୍ରୀ ପ୍ରତ୍ୟୁଶା ରାଜେଶ୍ବରୀ ପ୍ରମୁଖ ବହୁ ନେତା ଓ ମନ୍ତ୍ରୀ ଯୋଗଦେଇଥିଲେ। କନକ ବର୍ଦ୍ଧନଙ୍କ ଘର ସେହି ପାଖରେ ଥିଲେ ମଧ୍ୟ ସରକାରୀ ନିୟମ ଅନୁସାରେ ତାଙ୍କୁ ଏକ ବଡ କ୍ବାଟର ଯୋଗାଇ ଦିଆଯାଇଛି।

ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, ବବିଦାସ ସେହି କ୍ବାଟର ପଛପଟେ କରିଥିବା ବର୍ଦ୍ଧିତ କାମ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭଙ୍ଗା ଯାଇ ନାହିଁ। ଏ ନେଇ କନକ ବର୍ଦ୍ଧନଙ୍କ ପ୍ରତିକ୍ରିୟା ହେଲା ଯେ, ମୋର କ୍ବାଟର କାମ ଏ ପର୍ଯ୍ୟନ୍ତ ସରି ନାହିଁ ପଛପଟ କଥା କେତେବେଳେ ଦେଖିବି। ତେବେ ଏହି କ୍ବାଟରକୁ ନେଇ ବହୁ ଚର୍ଚ୍ଚା ହୋଇଥିବା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କ୍ବାଟର ତ କ୍ବାଟର ଆଉ ଚର୍ଚ୍ଚିତ କ୍ବାଟର କଣ ?  ସେ କିଛି ବର୍ଦ୍ଧିତ କାମ କରିଥିଲେ ତାହା ଜିଏ ବିଭାଗ ଦେଖିବ ବୋଲି ସେ କହିଥିଲେ।

Share This Article