ମହାବିଦ୍ୟାଳୟ ଛାତ୍ରାବାସରେ ଗୋମାଂସ ରୋଷେଇ: ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରବଳ ବିରୋଧ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଉପକଣ୍ଠ ଶିତଳାପଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଗୋମାଂସ ରୋଷେଇକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି। ଛାତ୍ରାବାସ ଭିତରେ କିଛି ଅଣ ହିନ୍ଦୁ ଛାତ୍ର ଗୋମାଂସ ରୋଷେଇ କରିଛନ୍ତି। ଏହା ଜଣାପଡ଼ିବା ପରେ ଛାତ୍ରଛାତ୍ରୀ ମହଲରେ କଡା ନିନ୍ଦା କରାଯାଇଛି। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ମହାବିଦ୍ୟାଳୟରେ ପ୍ରବଳ ବିରୋଧ କରିଛନ୍ତି।

ଗତକାଲି ମଧ୍ୟାହ୍ନରେ ଏହି ଘଟଣା ହୋଇଥିବା ବେଳେ ଦୁଇଦିନ ହେବ ଏହି ଘଟଣା ଚର୍ଚ୍ଚ।ର ପରିସରକୁ ଆସିଛି। କିଛି ଅଣହିନ୍ଦୁ ଛାତ୍ରମାନେ ଛାତ୍ରାବାସ ରୁମ୍ ଭିତରେ ଗୋମାଂସ ରୋଷେଇ କରିଥିଲେ। ରୋଷେଇ ବେଳେ ଏହାର ବାସ୍ନା ଚାରିଆଡ଼େ ଖେଳିଯିବା ପରେ ରୁମରେ ବିଭିନ୍ନ ସ୍ପ୍ରେ ଆଦି ମଧ୍ୟ ବ୍ୟବହାର କରିଥିଲେ। ଏହା ଗୋମାଂସ ବୋଲି ଜାଣି ଅନ୍ୟ ହିନ୍ଦୁ ଛାତ୍ରମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ। ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଏହି ଭଳି ପରିସ୍ଥିତିରେ ଗୁରୁବାର ପାରଳା ମହାରାଜା କଲେଜକୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ପହଞ୍ଚି ଏହାକୁ ବିରୋଧ କରିବା ସହ ଏଇଭଳି ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ସହ ପ୍ରଶାସନ ସହ ଆଲୋଚନା କରିଥିଲେ।

Share This Article