ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଦୁଇ ସାଂସଦଙ୍କୁ ନେଇ ନବୀନ କହିଲେ ଏପରି କଥା

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ଛାଡି ବିଜେପି କ୍ୟାମ୍ପରେ ଯୋଗଦେଇଥିବା ଦୁଇ ରାଜ୍ୟସଭା ସାଂସଦଙ୍କୁ ନେଇ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି। ଗତକାଲି ଶଙ୍ଖ ଭବନରେ ଆୟୋଜିତ ବିଜୁ ଯୁବ ସମାବେଶରେ ଯୋଗ ଦେଇ ନବୀନ ଏହି ଦଳ ଛାଡୁଥିବା ନେତାଙ୍କୁ ଚରମ ବାଣୀ ଶୁଣାଇଛନ୍ତି। ସେ କହିଛନ୍ତି ଯେ ସୁବିଧାବାଦୀ ନେତାମାନେ ଏମିତି ଦଳ ଛାଡିବେ। ହେଲେ ତାହା ଆମକୁ ଆହୁରି ସଶକ୍ତ କରିବାକୁ ବଳ ଦେଇଛି।

ସେ ଆହୁରି କହିଥିଲେ ଯେ, ଏକ ବିକଶିତ ଓ ସଶକ୍ତ ଓଡିଶା ର ସ୍ବପ୍ନ ଦେଖିଥିବା ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ କାମ କରୁଛି। ଯେ ପର୍ଯ୍ୟନ୍ତ ଆମେ ଏହି ଆଦର୍ଶ ରେ କାମ କରୁଥିବା ସେ ପର୍ଯ୍ୟନ୍ତ ଲୋକଙ୍କ ହୃଦୟ ରେ ବିଜେଡି ରହିଥିବ। ବିଜେଡି କିଛି ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ। ଏକ ଆଦର୍ଶ ଉପରେ ପ୍ରତିଷ୍ଠିତ। ସୁବିଧାବାଦୀଙ୍କ ଦଳ ତ୍ୟାଗ ଆମ ଆଦର୍ଶ ପାଇଁ ସଂଗ୍ରାମକୁ ଲହୁ ଲୁହ ଦେଇ ଆହୁରି ଶକ୍ତିଶାଳୀ କରିବ। ବିଜୁ ବାବୁଙ୍କ ଆଦର୍ଶରେ ଅଟଳ ରହି ସମୃଦ୍ଧ ଓଡିଶା ପାଇଁ କାମ କରିବାକୁ ଶ୍ରୀ ପଟ୍ଟନାୟକ ଯୁବସମାଜକୁ ଆହ୍ୱାନ ଜଣାଇଥିଲେ।

Share This Article