ତିନିମାସ ବିତିଗଲା,ଏବେ ଆଈ ମା ଗପ ଛାଡି କାମ କରି ଦେଖାନ୍ତୁ; ଏମିତି କାହିଁକି କହିଲେ ନବୀନ ପଟ୍ଟନାୟକ

Odisha Hot News
2 Min Read

ଭୁବନେଶ୍ବର: ବଡ ପାଟିରେ ମିଛ କହିଲେ ତାହା କେବେ ସତ ହୋଇଯାଏ ନାହିଁ। ମିଛ କହି ହୃଦୟ ଜିତିବା ସହଜ ହୋଇପାରେ କିନ୍ତୁ ଲୋକଙ୍କ ହୃଦୟ ଜିତିବା ସହଜ ନୁହେଁ। ଲୋକଙ୍କ ହୃଦୟ ଜିତିବା ପାଇଁ ସେବା ହିଁ ଏକମାତ୍ର ମାର୍ଗ ବୋଲି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ବିଜୁ ଯୁବ ଜନତା ଦଳ ର ଏକ ସମାବେଶ ରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ପେନସନ ସବୁ କଥା ରେ ବିଜେପି ର ମିଛ, ଦୁଇ ପ୍ରକାର କଥା।ତିନି ମାସ ହୋଇଗଲା। ଏବେ ଆଈ ମା ଗପ ଛାଡି କାମ କରି ଦେଖାଇବାକୁ ଶ୍ରୀ ପଟ୍ଟନାୟକ ବିଜେପି କୁ ପରାମର୍ଶ ଦେଇଛନ୍ତି।

ସାମ୍ପ୍ରତିକ ଘଟଣା ବଳୀ ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କିଛି ଲୋକ ସେମାନଙ୍କ ଚିନ୍ତାଧାରା କୁ ସମସ୍ତଙ୍କ ଉପରେ ଲଦି ଦେବାକୁ ଚାହୁଁଛନ୍ତି. କିନ୍ତୁ ଭାରତ ପରି ଏକ ଗଣତାନ୍ତ୍ରିକ ସମାଜ ରେ ଏହା ଗ୍ରହଣୀୟ ନୁହେଁ। ଏପରିକି କିଛି ଲୋକ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଆମ ବରପୁତ୍ର ମାନଂକୁ ନିନ୍ଦା କରିବାକୁ ମଧ୍ୟ୍ୟ ପଛଉନାହାନ୍ତି।

ଏପରି ଘଟଣା କୁ ନାପସନ୍ଦ କରି ଶ୍ରୀ ପଟ୍ଟନାୟକ ଏହା ଓଡ଼ିଆ ଅସ୍ମିତା? ଏହା କଣ ଆମ ବରପୁତ୍ର ମାନଙ୍କ ତ୍ୟାଗ ପାଇଁ ସମ୍ମାନ ବୋଲି ପ୍ରଶ୍ନ କରି ଏଭଳି କାର୍ଯ୍ୟ ଆମ ଭବିଷ୍ୟତ ପିଢ଼ି କୁ କି ପ୍ରେରଣା ଦେବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଲେ ଯେ ରାଜନୀତି କ୍ଷମତା ପାଇଁ ନୁହେଁ। ତାଙ୍କ ଦୃଷ୍ଟିରେ ରାଜନୀତି ହେଉଛି ସମାଜ ଦେଶ ତଥା ମାନବ ସମାଜ ପାଇଁ ସେବା କରିବାର ଏକ ମାଧ୍ୟମ

ଏକ ବିକଶିତ ଓ ସଶକ୍ତ ଓଡିଶା ର ସ୍ବପ୍ନ ଦେଖିଥିବା ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ କାମ କରୁଛି। ଯେ ପର୍ଯ୍ୟନ୍ତ ଆମେ ଏହି ଆଦର୍ଶ ରେ କାମ କରୁଥିବା ସେ ପର୍ଯ୍ୟନ୍ତ ଲୋକଙ୍କ ହୃଦୟ ରେ ବିଜେଡି ରହିଥିବ। ବିଜେଡି କିଛି ବ୍ୟକ୍ତିଙ୍କ. ଉପରେ ନିର୍ଭରଶୀଳ ନୁହେଁ। ଏକ ଆଦର୍ଶ ଉପରେ ପ୍ରତିଷ୍ଠିତ। କିଛି ବ୍ୟକ୍ତି ଦଳ ଛାଡ଼ିବା ଉପରେ ଟିପଣୀ ଦେଇ ଶ୍ରୀ ପଟନାୟକ କହିଲେ ସୁବିଧାବାଦୀଙ୍କ ଦଳ ତ୍ୟାଗ ଆମ ଆଦର୍ଶ ପାଇଁ ସଂଗ୍ରାମ କୁ ଲହୁ ଲୁହ ଦେଇ ଆହୁରି ଶକ୍ତିଶାଳୀ କରିବ।

ବିଜୁ ବାବୁଙ୍କ ଆଦର୍ଶ ରେ ଅଟଳ ରହି ସମୃଦ୍ଧ ଓଡିଶା ପାଇଁ କାମ କରିବାକୁ ଶ୍ରୀ ପଟ୍ଟନାୟକ ଯୁବସମାଜ କୁ ଆହ୍ୱାନ ଜଣାଇଥିଲେ।ଏହାସହିତ ସାମାଜିକ ଗଣମାଧ୍ୟ୍ୟମ ରେ ସକ୍ରିୟ ରହି ମିଛ ପ୍ରଚାର ବିରୋଧ ରେ ଲଢେଇ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ।

Share This Article