ଜଣେ ଏମଭିଆଇ ଟଙ୍କା ନେଇ ଯାଉଥିବା ବେଳେ ବାଟରେ ଧରିଲା ଭିଜିଲାନ୍ସ, ଚାଲିଲା ତଲାସି

Odisha Hot News
1 Min Read

ଭୁବନେଶ୍ବର: ଲାଞ୍ଚ ଟଙ୍କା ସବୁ ଏକାଠି କରି ଏକ ଗାଡିରେ ଭୁବନେଶ୍ବର ଆସୁଥିଲେ। ହେଲେ ସେ ଜାଣି ନ ଥିଲେ ବାଟରେ ଛକି ରହିଛି ଭିଜିଲାନ୍ସ। ହଠାତ ସେ ବୁଝିବା ପୂର୍ବରୁ ଗାଡି ଚାରିପଟୁ ବେଢି ଗଲେ ଭିଜିଲାନ୍ସ ଟିମ। ଗାଡି ତଲାସିବା ବେଳେ ମିଳିଲା ଲକ୍ଷେ 32 ହଜାର ନଗଦ ଟଙ୍କା।

ସେ ହେଉଛନ୍ତି ନୂଆପଡା ଏମଭିଆଇ ବିଜୟ କୁମାର ବେଉରିଆ। ଏକ ବିଶେଷ ସୁତ୍ରରୁ ଖବର ପାଇ ଭିଜିଲାନ୍ସ ତାଙ୍କୁ ଧରିବ ବୋଲି ଛକି ରହିଥିଲା। ସେ ଆଜି ନୂଆପଡାରୁ ଭୁବନେଶ୍ବର ଆସୁଥିବା ବେଳେ ଅପରାହ୍ନରେ ଖୋର୍ଦ୍ଧା ମେଡିକାଲ ଛକରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଆଉ ଗାଡିରେ ମିଳିଥିବା ନଗଦ ଟଙ୍କା ସଂପର୍କରେ କିଛି କହିପାରି ନ ଥିଲେ।

ସେଠାରେ ଭିଜିଲାନ୍ସ ତାଙ୍କୁ ଅଫିସ ଆଣି ପଚରାଉଚୁରା କରିଥିଲେ ମଧ୍ୟ ସେ କିଛି କହିପାରି ନ ଥିଲେ। ଫଳରେ ଭିଜିଲାନ୍ସ ତାଙ୍କଠାରୁ ମିଳିଥିବା ଟଙ୍କା ଏବଂ କାରକୁ ଜବତ କରିଛି। ଏହାପରେ ତାଙ୍କର ପାଞ୍ଚଟି ସ୍ଥାନରେ ଚଢାଉ ଜାରୀ ରହିଛି। ଏହି ଘଟଣା ନେଇ ଭିଜିଲାନ୍ସ ତାଙ୍କୁ ଅଟକ ରଖିଛି।

Share This Article