ସଚେତନତା ପାଇଁ ଆଜିଠାରୁ ଗଡିଲା ସୁଭଦ୍ରା ରଥ, ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଓ ମେୟର କଥା କଟାକଟି

Odisha Hot News
1 Min Read

ଭୁବନେଶ୍ବର: ଆଜିଠାରୁ ଗଡିବା ଆରମ୍ଭ ହୋଇଛି ସୁଭଦ୍ରା ରଥ। ଅର୍ଥାତ ରାଜ୍ୟ ସରକାର ଲାଗୁ କରିଥିବା ସୁଭଦ୍ରା ଯୋଜନା ସଂପର୍କରେ ସଚେତନତା କରିବା ପାଇଁ ଏହି ରଥ ବୁଲିବ। ଆଜି ଭୁବନେଶ୍ବରର ଗାନ୍ଧୀମାର୍ଗରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି।

ଏହି ରଥ ଲୋକମାନଙ୍କୁ ସୁଭଦ୍ରା ଯୋଜନା ସଂପର୍କରେ ସମସ୍ତ ତଥ୍ୟ ଯୋଗାଇଦେବ। ଏହି ରଥ ଓଡିଆ ଅସ୍ମିତାର ଏକ ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା ରାଜ୍ୟର ମହିଳାମାନଙ୍କୁ ସ୍ବାବଲମ୍ବି କରିବ।

ହେଲେ ଏହି ଉତ୍ସବରେ ଯୋଗଦେଇଥିବା ଭୁବନେଶ୍ବର ମେୟର ସୁଲୋଚନା ଦାସ ସୁଭଦ୍ରା ଯୋଜନା ବିଫଳତା ସଂପର୍କରେ କହିଥିଲେ। ସେ କହିଥିଲେ ଯେ, ବିଜେପି ନିର୍ବାଚନ ପ୍ରଚାରରେ ଯେତିକି ଦେବ ବୋଲି କହିଥିଲା ତାହା ହେଲା ନାହିଁ। ଏତିକି ଟଙ୍କାରେ ଜଣେ ମହିଳ କଣ କରିପାରିବ ବୋଲି ମେୟର କହିଥିଲେ।

ଏହି ରଥ ପ୍ରଥମେ ଭୁବନେଶ୍ବରରେ ବୁଲିବ। ଏହାପରେ ବିଭିନ୍ନ ଜିଲ୍ଲା ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହି ରଥ ପରିକ୍ରମା କରିବ।

Share This Article