ଗଣେଷ ପୂଜା ଉପଲକ୍ଷେ ପରିବେଶ ସଚେତନତା କଲେ ଶ୍ରୀମୟୀ ମିଶ୍ର, କହିଲେ..

Odisha Hot News
1 Min Read

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ ବା ଗଣେଷ ପୂଜା। ଏହି ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଛି। ଚାରିଆଡେ ପ୍ରଭୃ ଗଣେଷଙ୍କ ପୂଜା ଚାଲିଛି। ହେଲେ ଏହି ପୂଜା ପୂର୍ବରୁ ଏକ ନୂଆ କଥା କରି ଦେଖାଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ଗଣେଷ ପୂଜାର ଗୋଟିଏ ଦିନ ପୂର୍ବରୁ ପରିବେଷ ସଚେତନତା ପାଇଁ ଆରମ୍ଭ କରିଛନ୍ତି କାମ।

ଶ୍ରୀମୟୀ ବିଭିନ୍ନ ସ୍ଥାନରେ ଗଛ ଲଗାଇ ଲୋକଙ୍କୁ ଏ ନେଇ ସଚେତନତା ସୃଷ୍ଟି କରିବାକୁ ଚେଷ୍ଠା କରିଛନ୍ତି। ସେ ଏ ନେଇ ପ୍ରଖ୍ୟାତ ବ୍ୟକ୍ତିତ୍ବ ଇଭ୍ରେଟ ମାମୋଟଙ୍କ ଏକ ସ୍ଲୋଗାନକୁ ଅନ୍ୟମାନଙ୍କୁ ବାଣ୍ଟିଛନ୍ତି। ତାହା ହେଲା “We can learn a lot from trees: they’re always grounded but never stop reaching heavenward.” – Everett Mamor. ଅର୍ଥାତ ଗଛ ଭୂମିରେ ନିଜର ସ୍ଥିତି ସୁଦୃଢ କରିଥିଲେ ମଧ୍ୟ ଆକାଶକୁ ଛୁଇଁବାରେ କେବେ ବନ୍ଦ କରେ ନାହିଁ।

ଶ୍ରୀମୟୀଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି।

Share This Article