ଓଡିଶାକୁ ଡରାଇଲାଣି ବାର୍ଡ ଫ୍ଲୁ, ଆସନ୍ତାକାଲି ଅନୁଧ୍ୟାନ ପାଇଁ ଆସିବେ କେନ୍ଦ୍ରୀୟ ଦଳ

Odisha Hot News
1 Min Read

ଭୁବନେଶ୍ବର: ଧିରେଧିରେ ବାର୍ଡ ଫ୍ଲୁ ଆତଙ୍କ ବଢିବାରେ ଲାଗିଛି। କାରଣ ଏହି ରୋଗରେ କୁକୁଡା ଆକ୍ରାନ୍ତ ହୋଇ ମରିବାରେ ଲାଗିଛନ୍ତି। ତେବେ ଏହାକୁ ରୋକିବା ପାଇଁ ଓଡିଶା ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ବିଶେଷ କରି ପିପିଲି ଅଞ୍ଚଳର ବିଭିନ୍ନ ଫାର୍ମର କୁକୁଡା ମାରି ଦିଆଯାଇଛି। ସେହିପରି ପୁରୀରେ ମଧ୍ୟ କେତେକ ଫାର୍ମକୁ ସତର୍କ ରଖାଯାଇଛି।

ତେବେ ଏହି ଫ୍ଲୁ ଉପରେ ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଦଳ। ସେମାନେ ଆକ୍ରାନ୍ତ ସ୍ଥାନ କେନ୍ଦ୍ରାପଡା ଏବଂ ପିପିଲି ଗସ୍ତରେ ଯିବେ ବୋଲି ଜଣାପଡିଛି। ତେବେ ପୂର୍ବରୁ କେନ୍ଦ୍ରାପଡାରେ ଯେପରି କୁକୁଡା ମଡକ ହୋଇଥିଲା ତାହାର ନମୂନା ପରୀକ୍ଷା ପାଇଁ ପଠାଯାଇଛି। ତାହା ଆସିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ତେବେ ଯେଉଁଠାରେ ଏହି ଲକ୍ଷଣ ଦେଖାଯାଇଛି ସେହି ଅଞ୍ଚଳକୁ ନିଷିଧାଞ୍ଚଳ ଘୋଷଣା କରାଯାଇଛି ବୋଲି ଜଣାପଡିଛି।

Share This Article