ପତ୍ନୀକୁ ହତ୍ୟା ଉଦ୍ୟମ, ପତି ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ତିରିଡା ଗ୍ରାମର ପ୍ରଶାନ୍ତ କୁମାର ସେଠି ନାମକ ଜଣେ ଯୁବକକୁ ବେଗୁନିଆ ପଡ଼ା ଥାନା ପୋଲିସ୍ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ପ୍ରଶାନ୍ତ ନିକଟସ୍ଥ ବେଗୁନିଆ ପଡ଼ା ଗ୍ରାମର ଅଶାନ୍ତି ସେଠିକୁ ବୈଦିକ ରୀତିରେ ବିବାହ କରି ରହୁଥିଲେ। କିନ୍ତୁ ସେ ଜଣେ ମଦ୍ୟପ ଯୁବକ ଓ ପ୍ରତ୍ୟେକ ଦିନ ମଦ ପିଇ ଘରକୁ ଆସି ସ୍ତ୍ରୀ ଅଶାନ୍ତି କୁ ମାରଧର କରି ଗଣ୍ଡଗୋଳ କରିବା ସହ ଯୌତୁକ ଜନିତ ନିର୍ଯ୍ୟାତନା ଦେଉଥିଲା।

ଗତ ରବିବାର ରାତିରେ ପ୍ରଶାନ୍ତ ମଦରେ ଚୁର୍ ହୋଇ ପତ୍ନୀ କୁ ଏକ କାଠ ଫାଳିଆ ରେ ଆକ୍ରମଣ କରିବାରୁ ଅଶାନ୍ତି ର ମୁଣ୍ଡରେ ଗଭୀର ଆଘାତ ହୋଇଥିଲା। ଏହିଭଳି ପରିସ୍ଥିତି ଅଶାନ୍ତି ବେଗୁନିଆ ପଡ଼ା ଡାକ୍ତରଖାନାକୁ ଯାଇ ଚିକିତ୍ସା ହୋଇ ଆସି ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲା ଗ୍ରହଣ କରି ଫୌଜଦାରୀ ମକଦ୍ଦମାରେ ଅଭିଯୁକ୍ତ ପ୍ରଶାନ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Share This Article