ଓଡିଶାରେ ହେବନି ହାଇକୋର୍ଟ ବେଞ୍ଚ, ଗୃହରେ ରୋକଠୋକ କରିଲେ ମନା କରିଦେଲ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ଓଡିଶାରେ କେଉଁଠି ହେଲେ ହାଇକୋର୍ଟ ବେଞ୍ଚ ହେବ ନାହିଁ। ଏକ ପ୍ରଶ୍ନର ଉତ୍ତରରେ ଏ କଥା ରୋକଠୋକ ଗୃହକୁ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ଓଡିଶାର ବିଭିନ୍ନ ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦାବୀ ହେଉଛି । ହେଲେ ତାହା ପ୍ରତିଷ୍ଠ ହୋଇପାରିବ ନାହିଁ। ଏହାଦ୍ବାରା ପଶ୍ଚିମ ଓଡିଶାରେ ବେଞ୍ଚ ପ୍ରତିଷ୍ଠ ପାଇଁ ଯେଉଁ ଦାବୀ ହେଉଛି ସେଥିରେ ଭଟ୍ଟା ପଡିଛି।

ତେବେ ଏହାକୁ ନେଇ ବିଜେଡି କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗୃହରେ ବିଧାୟକ କଳିକେଶ ସିଂହଦେଓ କହିଛନ୍ତି ଯେ, କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ଅଛନ୍ତି। ଉଭୟ ସରକାର ଚାହିଁଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ। ୟୁପିିରେ ତିନୋଟି ବେଞ୍ଚ ରହିଛି। ଓଡିଶାର ଲୋକ ସଂଖ୍ୟା ଦୃଷ୍ଟିରୁ ଆଉ ଏକ ବେଞ୍ଚ ଆବଶ୍ୟକତା ରହିଛି। ହେଲେ ସରକାରଙ୍କ ମନବୃତ୍ତି ନାହିଁ ବୋଲି କଳିକେଶ କହିଛନ୍ତି।

Share This Article