ଟ୍ରକ ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କନିଷିରୁ ବ୍ରହ୍ମପୁର ଆସୁଥିବା ବେଳେ ଦୁର୍ଗା ପ୍ରସାଦ ଶତପଥୀ ଓ ଚିନ୍ମୟୀ ଶତପଥୀ ନାମକ ଦମ୍ପତି ଦୁହେଁ ମୃତ୍ୟୁ ବରଣ କରିଛନ୍ତି। ଉଭୟେ ମୋଟରସାଇକେଲ ଯୋଗେ ଆସୁଥିବା ବେଳେ ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ମାର୍କଣ୍ଡେଶ୍ଵର ମନ୍ଦିର ସାମ୍ନାରେ ଆନ୍ଧ୍ର ପଟୁ ଆସୁଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ପ୍ରଥମେ ସ୍ତ୍ରୀ ଚିନ୍ମୟୀଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ ହୋଇଥିବା ବେଳେ ଚିକିତ୍ସା ସମୟରେ ସ୍ଵାମୀ ଦୁର୍ଗା ଶତପଥୀ ଙ୍କର ରାସ୍ତାରେ ମୃତ୍ୟୁ ଘଟିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଟ୍ରକକୁ ପୋଲିସ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article