କରୋନା ସଂକ୍ରମଣ ପଛରେ ଚାଇନାର ହାତ , ଚେତାବନୀ ଦେଲେ ଟ୍ରମ୍ପ୍‌

Odisha Hot News
1 Min Read

ଓ୍ବାଶିଂଟନ : କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ଚାଇନାର ଉହାନ୍‌ ସ୍ଥିତ ଲ୍ୟାବ୍‌ରୁ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ତଦନ୍ତ ଜାରି ରହିଛି। ଏହି ମର୍ମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ କହିଛନ୍ତି ଯେ, କରୋନା ସଂକ୍ରମଣ ପଛରେ ଚାଇନାର ହାତ ଥିବା କୁହାଯାଉଛି। ତେବେ ଏନେଇ ପ୍ରମାଣ ମିଳିଲେ ପରିଣତି  ଭୟାବହ ହେବା ସହିତ ଚାଇନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। କରୋନା ସଂକ୍ରମଣ ସମ୍ପର୍କରେ ଚାଇନା କୌଣସି ଠିକ ତଥ୍ୟ ନ ଦେବାରୁ ସ୍ଥିତି ଅଧିକ ସଙ୍କଟ ଜନକ ହୋଇଥିବା ସେ କହିଛନ୍ତି।

Share This Article
Leave a Comment