ବାଲୁଗାଁ: ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।ସାପ କାମୁଡ଼ାରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି।

ଖବର ମୁତାବକ ସିଙ୍ଗେଶ୍ୱର ଗ୍ରାମର ରୂପାଲି ବେହେରା(୧୦) ଓ ଭାଇ ଆୟୁଷ୍ମନ ବେହେରା(୭) ଗତକାଲି ରାତିରେ ଘରେ ଶୋଇଥିବା ବେଳେ ସକାଳୁ ଉଠିବା ବେଳକୁ ଉଭୟଙ୍କ ମୁଣ୍ଡ ବୁଲାଇବା ଓ ପାଟିରୁ ଫେଣ ବାହାରୁଥିବା ଦେଖି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଚିକିତ୍ସା ପରେ ବିଷଧର ସାପ କାମୁଡିଥିବା ଜାଣି ପ୍ରାଥମିକ ଚିକିତ୍ସା କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ। ମାତ୍ର ମେଡ଼ିକାଲରେ ରୂପାଲିର ମୃତ୍ୟୁ ହୋଇଥିବା ବେଳେ ଆୟୁଷ୍ମନ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

Share This Article