ବାଜିଲା ଦୁର୍ଗା ପୂଜା ପାଇଁ ବିଗୁଲ, ଜନ୍ମାଷ୍ଟମୀର ନଦୀ ପଠାରୁ ମାଟି ଆଣିଲେ ପୂଜା ସମିତି

Odisha Hot News
1 Min Read

ଭୁବନେଶ୍ବର/କଟକ: ଆଜିଠାରୁ ବାଜିଲା ଦଶହରା ବିଗୁଲ। କାରଣ ଦୁର୍ଗାପୂଜାର ଆଦ୍ୟ ପର୍ବ ହେଉଛି ଜନ୍ମାଷ୍ଠମୀରେ ମାଟି ଉଠା କାର୍ଯ୍ୟ। ପୂଜା ସମିତିର କର୍ମକର୍ତ୍ତାଗଣ ନଦୀପଠାକୁ ଯାଇ ପୂଜାଅର୍ଚ୍ଚନା କରି ମାଟି ଆଣିଛନ୍ତି। ଆଜି ଭୁବନେଶ୍ବରର ସହୀଦନଗର, ନୟାପଲ୍ଲୀ ପରି ପୂଜାସମିତି କୁଆଖାଇ ନଦୀ ପଠାରୁ ଏହି ମାଟି ଆଣିଛନ୍ତି।

ସେହିପରି କଟକର ବିଭିନ୍ନ ପୂଜାସମିତ ମହାନଦୀ ପଠାକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରି ଏହି ମାଟି ଆଣିଛନ୍ତି। ମୁଖ୍ୟତଃ ଜନ୍ମାଷ୍ଟମୀରୁ ମାଙ୍କ ମଣ୍ମୟୀ ମୃତ୍ତିର ନିର୍ମାଣ କାର୍ଯ୍ୟ ହୋଇଥାଏ। ନଦୀ ପଠାରୁ ମାଟି ଆସି ସେହି ମାଟିରେ ମୃତ୍ତି ନିର୍ମାଣର ଶୁଭାରମ୍ଭ କରାଯାଏ। ଏହି ମାଟି ଉଠାରୁ ପୂଜାର ପ୍ରସ୍ତୁତି ଆରମ୍ଭ ହୋଇ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ।

Share This Article