ଆସନ୍ତାକାଲି ସରିବ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର, ଜଗନ୍ନାଥଙ୍କ ମତିଗତି ଜଣାପଡୁନି!

Odisha Hot News
1 Min Read

ଭୁବନେଶ୍ବର: ଓଡିଶାରେ ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ମଙ୍ଗଳବାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ବର୍ତ୍ତମାନ ସୁଦ୍ଧା ଦୁଇଜଣ ନାମାଙ୍କନ ଦାଖଲ କରିଛନ୍ତି। ଜଣେ ବିଜେପି ଦଳ ତରଫରୁ ମମତା ମହାନ୍ତ ଆଉ ଜଣେ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ।

ତେବେ ଜଗନ୍ନାଥ ପ୍ରଧାନ ସ୍ବାଧୀନ ଭାବେ ଜଣେ ଡମି ପ୍ରାର୍ଥୀ ହୋଇ ନାମାଙ୍କନ ଦାଖଲ କରିଛନ୍ତି ବୋଲି ବିଜେପି କହିଛି। ସେ ତାଙ୍କର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେବେ। ହେଲେ ଏ ପର୍ଯ୍ୟନ୍ତ ସେ ନିଜେ କିଛି କହି ନାହାଁନ୍ତି। ପ୍ରାର୍ଥପତ୍ର ପ୍ରତ୍ୟାହାର କରିବେ କି ନାହିଁ ସେ କିଛି ସ୍ପଷ୍ଟିକରଣ ଦେଇ ନାହାଁନ୍ତି। ଫଳରେ ଦିନକୁ ଦିନ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଯେମିତି ନାଟକୀୟ ମୋଡରେ ସେ ପ୍ରାର୍ଥୀପତ୍ର ଦାଖଲ କଲେ ଠିକ ସେହିପରି ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ବେଳେ କିଛି ନାଟକ ହେବ କି ?

Share This Article