ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା: ୧୫ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଆଜି ବୋଲଗଡ଼ ଥାନା ମାଣିକଗୋଡ଼ା (ଦଳେଇ ସାହି) ଠାରେ ଚଢ଼ାଉ କରି ଅବକାରୀ ବିଭାଗ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି।

ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତ ମିର ଅବଦୁଲା (୨୨) ଗିରଫ ହୋଇଛନ୍ତି। ତାଙ୍କ ନିକଟରୁ ସମୁଦାୟ ୧୫୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୮୦ ହଜାର ହଜାର ଟଙ୍କା ହେବ। ତେବେ ଜେରା ବେଳେ ଉକ୍ତ ବ୍ରାଉନ ସୁଗାର ପଶ୍ଚିମବଙ୍ଗରୁ ଜଳେଶ୍ୱର ଓ ଖୋର୍ଦ୍ଧା ଦେଇ ମାଣିକଗୋଡ଼ାକୁ ଆସିଥିବାର ଅଭିଯୁକ୍ତ ସ୍ୱୀକାର କରିଥିବା ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି।  ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Share This Article