ସକାଳୁ ରେଞ୍ଜରଙ୍କ ଘରେ ଭିଜିଲାନସ ଚଢାଉ, ପାଇଖାନା ଫ୍ଲାସ ରୁ ମିଳିଲା ଟଙ୍କା ବିଡା

Odisha Hot News
1 Min Read

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭିଜିଲାନସ ଟିମ ଜଣେ ରେଞ୍ଜରଙ୍କ ଘରେ ଚଢାଉ କରିଛନ୍ତି। ଏକକାଳିନ କଟକ, ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ଆଠଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉ ବେଳେ ତାଙ୍କ ଅଫିସ ଟଏଲେଟର ଫ୍ଲାସ ଭିତରୁ ମିଳିଲା ଦୁଇବିଡା ଟଙ୍କା। ଫଳରେ ଭିଜିଲାନ୍ସ ଟିମ ଯେଉଁ ସ୍ଥାନରେ ଜିନିଷ ଲୁଚାଇବାର ସମ୍ଭାବନା ଥାଏ ତାହା ଯାଞ୍ଚ କରିବାରେ ଲାଗିଛନ୍ତି।

ତେବେ ଭିଜିଲାନ୍ସ ଯେଉଁ ରେଞ୍ଜରଙ୍କ ଘରେ ଚଢାଉ କରୁଛନ୍ତି ସେ ହେଉଛନ୍ତି ଢେଙ୍କାନାଳ ରେଞ୍ଜ ର ରେଞ୍ଜର ବିଭୂଦାନନ୍ଦ ମିଶ୍ର। ବର୍ତ୍ତମାନ ସୁଦ୍ଧା ଚଢାଉରେ ତାଙ୍କର ଆଠଗଡରେ ଏକ ବିରାଟ କୁକୁଡା ଫାର୍ମ, ଢେଙ୍କାନାଳ ରତ୍ନବଜାରରେ ତିନିତାଲା କୋଠା, ରସୁଲଗଡରେ ଏକ ଫ୍ଲାଟ ଥିବା ଜଣାପଡିଛି। ଏହି ସ୍ଥାନଗୁଡିକରେ ମଧ୍ୟ ଚଢାଉ ଜାରୀ ରହିଛି। ଏଥିସହିତ ତାଙ୍କର ଅଫିସ, ସରକାରୀ ବାସଭବନ, ଆଠଗଡର ପୌତୃିକ ଘରେ ମଧ୍ୟ ଚଢାଉ ଚାଲିଛି।

Share This Article