ବିଧାନସଭାରେ ବଡ ଘୋଷଣା କଲେ ଶକ୍ତିମନ୍ତ୍ରୀ: ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ମିଳିବ ବିଜୁଳି

Odisha Hot News
1 Min Read

ଭୁବନେଶ୍ବର: ଆଜି ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏକ ବଡ ଘୋଷଣା କରିଛନ୍ତି। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରେ ବିଜୁଳି ପହଞ୍ଚିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବିଦ୍ୟୁତ ସଂଯୋଗ ହୋଇନଥିବା ଘରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସବୁ ଘରକୁ ବିଜୁଳି ପାଇଁ ଡିସ୍‌କମ୍‌କୁ ରାଜ୍ୟ ସରକାର ୪୧୫ କୋଟି ଦେଇଛନ୍ତି।

ଏନେଇ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାନସଭାରେ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

Share This Article