ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର

Odisha Hot News
1 Min Read

ଭୁବନେଶ୍ବର: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏହି ପବିତ୍ର ଦିନରେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଭାଇମାନେ ଭଉଣୀର ସୁରକ୍ଷା ପାଇଁ ଏହି ରାକ୍ଷୀ ବାନ୍ଧିଥାନ୍ତି। ଏହି ପବିତ୍ର ଦିନଟିକୁ ନେତ୍ରୀମାନେ ମଧ୍ୟ ହାତ ଛଡା କରିବାକୁ ଚାହିଁ ନାହାଁନ୍ତି। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି।

ଆଜି ଲେଖାଶ୍ରୀ ନବୀନ ନିବାସ ଆସି ସଭାପତି ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଲେଖାଶ୍ରୀ ହେଉଛନ୍ତି ବିଜେଡିର ଜଣେ ଫାୟାର ବ୍ରାଣ୍ଡ ନେତ୍ରୀ। ବିଭିନ୍ନ ପ୍ରସଂଗରେ ସେ ବିଜେପିକୁ ତାଙ୍କର ଚିରାଚରିତ ଢଙ୍ଗରେ ତୀର ମାରି ଥାନ୍ତି। ନିକଟରେ ଅସ୍ମିତା ନେଇ ସେ ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ। ତାହାକୁ ଆହୁରି ଶାଣିତ କରିବା ପାଇଁ ଆଜି ସେ ଦଳର ମୁଖିଆଙ୍କଠାରୁ ଆର୍ଶିବାଦ ନେଇଛନ୍ତି।

Share This Article