ଛାତ୍ରଛାତ୍ରୀଙ୍କ ଗହଣରେ ରାକ୍ଷୀ ଉତ୍ସବ ପାଳନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

Odisha Hot News
2 Min Read

ଭୁବନେଶ୍ଵର: ଆଜି ରାକ୍ଷୀ ପୂର୍ଣମୀ ତଥା ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ପୂର୍ବାହ୍ନରେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି ।

ପ୍ରଥମେ ସେ ମନୋଦୟ ଯାଇଥିଲେ ସେଠାରେ କୁନି କୁନି ପିଲାମାନେ ତାଙ୍କୁ ଫୁଲ ପ୍ରଦାନ କରି ସ୍ବାଗତ ଜଣାଇଥିଲେ ଏବଂ ମନୋଦୟ ଭବନ ଭିତରକୁ ପ୍ରବେଶ କରିଥିଲେ। ସେଠାରେ ପିଲାମାନେ ତାଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ। ଏହାପରେ ସେ ପିଲାଙ୍କୁ ରାକ୍ଷୀ ପୂର୍ଣିମାର ଶୁଭେଚ୍ଚା ପ୍ରଦାନ କରିଥିଲେ। SIEPD ସୁପରିଟେନଡେଣ୍ଟ ଡଃ ପମ୍ବା ଦେ, ତାଙ୍କୁ ଅଫିସ ବୁଲାଇ ଦେଖାଇଥିଲେ ଏବଂ ଅଧିକାରୀମାନେ ବିଭିନ୍ନ ଥେରପି ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏତଦ୍ ବ୍ୟତୀତ ଥେରପିଷ୍ଟ ସ୍ଵତନ୍ତ୍ର ଏଜୁକେଟର, ଅଫିସିଆଲ ତଥା ବିଭିନ ଜିଲାରୁ ଆସିଥିବା ଭିନ୍ନକ୍ଷମ ଶିଶୁ ତଥା ସେମାନଙ୍କ ମା ମାନେ ଉପସ୍ଥିତ ଥିଲେ।

ଏହାପରେ ମନ୍ତ୍ରୀ NCSCDA ସମ୍ମିଳନୀ କକ୍ଷରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ ।ପରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ନିଶା ନିବାରଣ କେଦ୍ରକୁ ପରିଦର୍ଶନ କରିବା ସହିତ ନିଶାଶାକ୍ତ ଯୁବକ ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ନିଶାମୁକ୍ତ ହେବା ନିମନ୍ତେ ଶପଥ ପାଠ କରାଇଥିଲେ ।

ଶେଷରେ ରାଜ୍ୟ ସ୍ଵତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (SISER) ପରିଦର୍ଶନ କରିଥିଲେ । ମନ୍ତ୍ରୀଙ୍କ ସହିତ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଆଲୋଚନା ପ୍ରସଙ୍ଗରେ ତାଙ୍କର ଅସୁବିଧା ବିଷୟରେ ଜଣାଇଥିଲେ ଓ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅନୁରୋଧ କରିଥିଲେ।  ମନ୍ତ୍ରୀ ବିଭାଗର ଅଧିକାରୀଙ୍କ ସହିତ ଆଲୋଚ କରି ଅନୁଷ୍ଠାନରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଶ୍ଵାସନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ, ଶ୍ରୀମତୀ ସୋନିଆ ବେହେରା, ଅତିରିକ୍ତ ଶାସନ ସଚିବ, ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଏବଂ ଅଧ୍ୟାପକ, ଡଃ ପ୍ରେମାନନ୍ଦ ମିଶ୍ର ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ।

Share This Article