ବାଲୁଗାଁ ଷ୍ଟେସନ ନିକଟ ରେଳ ଟ୍ରାକରୁ ଅଜଣା ମୃତଦେହ ଉଦ୍ଧାର

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନ ଉତ୍ତର କ୍ୟାବିନ ନିକଟ ଓଭରବ୍ରିଜ ତଳ ଟ୍ରାକରେ ଜଣେ ଅଜଣା ମୃତ ଦେହ ଉଦ୍ଧାର ହୋଇଛି। ଉକ୍ତ ମର ଶରୀରଟି ଜଣେ ମହିଳାଙ୍କ ହୋଇଥିବା ବେଳେ ଶରୀର ତିନି ଖଣ୍ଡ ହୋଇ ପଡିଥିବା ଦେଖିବାକୁ ମିଳିଛି।

ଆଜି ସକାଳୁ ଏହି ଦୁର୍ଘଟଣା ଘଟିଥିବା ବେଳେ ମହିଳା ଜଣକ ଟ୍ରେନରୁ ଖସି ପଡିଛନ୍ତି ନା ଆତ୍ମହତ୍ୟା କରିଛନ୍ତି, ତାହା ସନ୍ଦେହ ଘେରରେ ରହିଛି। ଖବର ପାଇ ଘଟଣାସ୍ଥଳରେ ବାଲୁଗାଁ ଆରପିଏଫ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ତଦନ୍ତ ଜାରି ରଖିଛି।

Share This Article